STORYMIRROR

Jagannath Barik

Inspirational

3  

Jagannath Barik

Inspirational

କବିଚନ୍ଦ୍ର କାଳୀଚରଣଙ୍କ ସ୍ମରଣେ

କବିଚନ୍ଦ୍ର କାଳୀଚରଣଙ୍କ ସ୍ମରଣେ

1 min
368

ବଡ଼ମ୍ବାର ମାଟି ଗର୍ଵ କରଇ ଯାହାଙ୍କ ପାଇଁ

ନରସିଂହପୁର ଧନ୍ୟ ହୋଇଛି ଯାହାଙ୍କୁ ନେଇ

ବାଙ୍କୀ ଖଣ୍ଡପଡ଼ା ହୀରକ ହାର ସେ ଅମୂଲ୍ୟ ଧନ

ଉତ୍କଳ ଜନନୀ ସୁଯୋଗ୍ୟ ସୁତ ହୃଦ ଚନ୍ଦନ ।


 କବିଚନ୍ଦ୍ର ସେ ଚନ୍ଦ୍ରମା ସମ ଢାଳି ଜୋଛନା

 କର୍ମବୀର ସେ ଉଡ଼ାଇଦେଲା ବିଜୟବାନା

ଏକାଧାରେ ସିଏ କବି ଲେଖକ ସମାଲୋଚକ

ନୃତ୍ୟ ବିଶାରଦ ସଂଗୀତ ଗୁରୁ ଅନୁଵାଦକ ।


ନାଟ୍ୟ ନିର୍ଦ୍ଦେଶକ ଅଭିନେତା ସେ ଗୀତିକାରକ

ମଣିଷ ଭିତରେ ଦରଦୀ ବନ୍ଧୁ ମହାନାୟକ

ସ୍ୱର୍ଗଧାମରେ ଥାଇ କବିଚନ୍ଦ୍ର ଘେନ ପ୍ରଣତି

ଝୁରୁଛି ତୁମକୁ ଉତ୍କଳମାତା ଝୁରେ ଏ ଜାତି ।


ଝୁରୁଛି ଓଡ଼ିଆ ଥିଏଟର ଝୁରେ ନାଟ୍ୟ ଜଗତ

ନାରୀ ଭୂମିକାରେ ନାରୀକୁ କଲ ଅବସ୍ଥାପିତ

ଝୁରେ ମାଟି ଭାତ ରକ୍ତ ହରିଶ୍ଚନ୍ଦ୍ର ନାଟକ

ଝୁରେ ଗାର୍ଲସ ସ୍କୁଲ,ରାସଶ୍ରୀ ରାମଲୀଳା ସଂଗୀତ ।

  ମାଆ ଚର୍ଚ୍ଚିକାୟୀ ନୃତ୍ୟ ଆସର ପଡ଼ିଛି ଫିକା

  ଗୀତ ଗୋବିନ୍ଦର ସଂଗୀତ ସ୍ୱର ନାହିଁଟି ଦେଖା 

ମଣି ହରା ଫଣୀ ପରାୟେ ଆଜି ଉତ୍କଳମାତା

ଶୋକାତୁରା ସିଏ ବ୍ୟଥିତା ମୁଖୁଁ ନସ୍ଫୁରେ କଥା ।


ଖୋଜେ ବୃହଦମ୍ବା ଖୋଜଇ ବାଙ୍କୀ ପାଣି ପଵନ

ହେ ଅମର ଆତ୍ମା ଅଭିନନ୍ଦନ ଅଭିନନ୍ଦନ  ଆଉଥରେ ଆସ ଓହ୍ଲାଇ କବି କାଳୀଚରଣ

କୋଟିଏ ଓଡ଼ିଆ ଗୋଟିଏ ସ୍ୱରେ କରୁ ବନ୍ଦନ ।



Rate this content
Log in

Similar oriya poem from Inspirational