STORYMIRROR

Panchanan Jena

Inspirational

3  

Panchanan Jena

Inspirational

ଛକାପଞ୍ଝା

ଛକାପଞ୍ଝା

1 min
331


କୁନି କୁନି ଅଗଣିତ ଇଚ୍ଛାମାନେ

ବଡ଼ ବଡ଼ ଅସୀମିତ ଆଶାମାନେ

କୁଢ କୁଢ଼ ଅସମାହିତ ଆକାଂକ୍ଷାମାନେ

  ଡେଣା ଝାଡନ୍ତି ଉଡି ବୁଲନ୍ତି

ଖୋଲା ମେଲା ମୋ ମନ- ଗଗନରେ

ଫୁଗୁଳା ଲଙ୍ଗଳା ଛାତି ତଳେ

ବାଦୁଡ଼ି ପରି ଓହଳି ଥାନ୍ତି ଛଳେ ବଳେ ।


ମାଳ ମାଳ ଇଚ୍ଛାମାନେ

ଧାଉଁଥାନ୍ତି ଧଳା ବଉଦ ଖଣ୍ଡ ପରି

ଇଚ୍ଛାବଲ୍ଲରୀ ଧାରୀ

ଆଶା ସୁକୁମାରୀ 

ଆକାଂକ୍ଷାର ଆଶାବାଡି ଧରି 

ମଗ୍ନ ମାଟିରୁ ଅମ୍ବର

ଆତ୍ମା ଭୂମିରୁ ଭୂମାଯାଏ

ମନୁରୁ ମନ୍ୱନ୍ତର ।


କିଛି ଇଚ୍ଛାମାନେ ହୁଅନ୍ତି ଫଳବତୀ

ପାଲଟି ଯାଆନ୍ତି ସାକାର ଆକାର

ସଫଳତାର କାହାଣୀ ବେଗବତୀ


ଆଉ କିଛି ଆଶାମାନେ

ଦିବା ସ୍ୱପ୍ନ ପରି ମିଳେଇଯାଆନ୍ତି

କୁହୁଡି ଆସ୍ତରଣ ପରି 

ନିମିଷକେ ଉଭେଇ ଯାଆନ୍ତି

ସମୟର ଉତ୍ତପ୍ତ ସାହାରା ମରୁଭୂମିରେ 


ଅଧିକନ୍ତୁ କିଛି ଦୃଢିଭୂତ ଆକାଂକ୍ଷାମାନେ

ଅତୃପ୍ତ ସନୁଳିତ ଇଚ୍ଛାମାନେ

ବଳବତ୍ତର ସତୃଷ୍ଣ ଆଶାମାନେ


କଡ଼ ଲେଟଟାନ୍ତି ପ୍ରାପ୍ତିର ଅନ୍ୱେଷାରେ

ଭିଡି ଝୁଣିଥାନ୍ତି ସମୟର ଇଶାରାରେ

ମୋଡି ଟାଣିଥାନ୍ତି ପ୍ରୀତି ଚୁମ୍ବକରେ


ଅହରହ ଚାଲିଥାଏ

 ଛକାପଞ୍ଜା ଖେଳ ଏକା ଏକା

ଲୁଚିଲୁଚିକା ପ୍ରହେଲିକା 

ଇଚ୍ଛା -ଅନିଚ୍ଛାର

ଆଶା- ନିରାଶାର

ଆକାଂକ୍ଷା -ତୀତୀକ୍ଷାର

ଜନ୍ମରୁ ମରଣ ଯାଏଁ

ଜନ୍ମ ଜନ୍ମାନ୍ତର ଯାଏଁ ।



Rate this content
Log in

Similar oriya poem from Inspirational