କାହାକୁ ଦେବା ଭୋଟ୍
କାହାକୁ ଦେବା ଭୋଟ୍
ଶୁଣରେ ଭାଇ ପଚାରେ ମୁହିଁ
କଥା ଗୋଟିଏ ଛୋଟ୍ l
କାହାକୁ ଦେବା ଭୋଟ୍ ଭାଇ
କାହାକୁ ଦେବା ଭୋଟ୍ ll
ଆମେ କରୁଛୁ ତୁମରି କାମ
କାମକରିବା ଆମରି ଧର୍ମ
ଏମନ୍ତ କହି ଆମରି ନେତା
ମାରନ୍ତି ବାହାସ୍ଫୋଟ୍ l
ଆମକୁ ଦିଅ ଭୋଟ୍ ଭାଇ
ଆମକୁ ଦିଅ ଭୋଟ୍ ll
ଆମେ ଦେଉଛୁ ଭଣ୍ଡାରଖୋଲି
ମାଗଣା ଭାତ ମାଗଣା ଡାଲି
ଆମରି ଧନ ଆମକୁ ଦେଇ
ବାଣ୍ଟନ୍ତି ଜାଲି ନୋଟ୍ l
କାହାକୁ ଦେବ ଭୋଟ୍ ଭାଇ
କାହାକୁ ଦେବ ଭୋଟ୍ ll
ଆମେରେ ଦେବୁ ଫ୍ରିଇ ବିଜୁଳି
ମାଗଣା ଗ୍ୟାସ ନଜାଳ ଚୁଲି
ଦିନରେ ଖାଲି ଲଣ୍ଠନ ଜାଳି
ଦେଖାନ୍ତି ହାଇକୋଟ୍ l
ତାଙ୍କୁ କି ଦେବା ଭୋଟ୍ ଭାଇ
କହିବ ଚଟାପଟ୍ ll
ଆମେ ବାନ୍ଧିବୁ ନଦୀରେ ବନ୍ଧ
ନାରୀ ପ୍ରଗତି ଶିକ୍ଷା ପ୍ରବନ୍ଧ
ଆମେ କରିବୁ ତୁମରି ପାଇଁ
କଟକେ ବଡ଼ କୋର୍ଟ l
ଆମକୁ ଦେବ ଭୋଟ୍ ତୁମେ
ଭୋଓଟ ଫଟାଫଟ୍ ll
ନେତାଙ୍କ କାମ ସାଧୁ ଭାଷଣ
କେତେ ତର୍ଜନ କେତେ ଗର୍ଜନ
ଭୋଟ୍ ପରେ ଦେଖା ନ ଥାଇ
ଦେଶଟା ହରିଲୁଟ୍ l
କାହାକୁ ଦେବା ଭୋଟ୍ ଭାଇ
ସବୁ ତ ଏକଯୋଟ୍ ll
ନନାଙ୍କ ସନ୍ଧ୍ୟା ସନ୍ଧ୍ୟା ନକରି
ଭୋଟ୍ ଦେବି କାଇଦା କରି
ଭୋଟ୍ ଦେବି ଭୋଟ୍ ଦେବି
ଯାଉଛି ଖଲ୍ଲିକୋଟ୍ l
ଭୋଟ୍ ଦେବି ଭୋଟ୍ ଦେବି
ଦେବିରେ ମୁହିଁ ଭୋଟ୍ ll
ଏ ଗଣତନ୍ତ୍ରେ ପର୍ବ ମହାନ୍
ଆମରି କାମ ଭୋଟ୍ ଦାନ
ନକରି ଡେରି ବାଛି ବିଚାରି
ଭୋଟ୍ ଦିଅ ଭୋଟ୍ ଭାଇ
ନନେଇ ଖଣ୍ଡେ ନୋଟ୍ ll
କଥା ଦି ପଦ କହିଲି ଭାଇ
ହାତଯୋଡ଼ି ମୁଁ କ୍ଷମା ମାଗଇ
ନଲାଗୁ ଭାଇ କାହାର ମନେ
ଟିକିଏ ମାତ୍ର ଚୋଟ୍ l
ଭୋଟ୍ ଦେବା ଭୋଟ୍ ଆମେ
ଭୋଟ୍ ଦେବା ଭୋଟ୍ ll
