Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ନୃସିଂହ ବନ୍ଦନା

ନୃସିଂହ ବନ୍ଦନା

1 min
4


   

ନମସ୍ତେ ପ୍ରଭୁ ନରହରି l

    ଅଶେଷ ମହିମା ତୋହରି ll

ନମସ୍ତେ ପ୍ରଭୁ ଉଗ୍ରରୂପୀ l

   ବିଶ୍ଵ ସଂସାରେ ଅଛୁ ବ୍ୟାପୀ ll

ଅଦ୍ଭୁତ ନଖ ଦନ୍ତ ପନ୍ତି l

      ନମଇଁ ନୃସିଂହ ମୂରତି ll

ଅଦ୍ଭୁତ ନର ପଶୁ ତନୁ l

     ଚତୁର ଭୁଜ ଦୀର୍ଘ ଜାନୁ ll

ଶଙ୍ଖ କମଳ ଗଦା ହସ୍ତ l

     ସୁଦରଶନ ଶୋଭାବନ୍ତ ll

ବରାହ ଅବତାରେ ହରି l

   ଅଗାଧଜଳେ ଦୈତ୍ୟ ମାରି ll

ଦନ୍ତ୍ୟାଗ୍ରେ ଧରିଲୁ ଧରଣୀ l

     କଶିପୁ ଧାଏଁ ତାହା ଜାଣି ll

ପ୍ରହ୍ଲାଦ ତାର ପୁତ୍ର ଥିଲା l

     ନାନା କଷ୍ଟରୁ ନିସ୍ତରିଲା ll

ସେ ବିଷ୍ଣୁଭକ୍ତ ପ୍ରହଲ୍ଲାଦ l

    ପିତାଙ୍କୁ ହୋଇଲା ପ୍ରମାଦ ll

ମୋ ପୁତ୍ର ହୋଇ ହେଲୁ ରିପୁ l

     ବୋଲଇ ହିରଣ୍ୟକଶିପୁ ll

ବୋଲୁ ତୁ ସର୍ଵବିଦ୍ୟ ହରି l

    ବିଶ୍ଵ ସଂସାରେ ଛନ୍ତି ପୁରି ll

ଦେଖ ପ୍ରହାର କଲି ଦମ୍ଭେ l

     ହରି କି ଛନ୍ତି ଏହି ସ୍ତମ୍ଭେ ll

ସ୍ତମ୍ଭରୁ ହୋଇଲ ବାହାର l

      ବିଦାରି ମାଇଲ ଅସୁର ll

ଅନ୍ତେ ପିନ୍ଧିଲ ଗଳେ ମାଳା l

     ଧର୍ମ ରକ୍ଷଣେ ବିଶ୍ଵଲୀଳା ll

ସେ ନରହରି ପଦ୍ମପାଦେ l 

     ଶରଣ ଗଲି ଅପ୍ରମାଦେ ll

ନମଇଁ ନୃସିଂହ ପୟର l

     ଶରଣ ରଖ ଦାମୋଦର ll

      


Rate this content
Log in