STORYMIRROR

Chinmaya Kumar Nayak

Inspirational

3  

Chinmaya Kumar Nayak

Inspirational

ଦିଗନ୍ତ ସେପାରି ରାଇଜ

ଦିଗନ୍ତ ସେପାରି ରାଇଜ

1 min
358

ଦିଗନ୍ତ ସେପାରି ରାଇଜରେ

ଯେତେ ଥାଉ ପଛେ ସୌନ୍ଦର୍ଯ୍ୟ,

ଏପାରି ମହକ ସେପାରିରେ ନାହିଁ

ନାହିଁ ଏପାରିରେ ଯେତେ ମଉଜ।


ଏପାରି ଦୀପାଳି ଘର ଦିଏ ଭରି

ସେପାରିର ଜହ୍ନ ଜଳାଏ ହୃଦ,

ଏପାରି ବଟର ଛାଇ ତଳେ ରାହା

ସେପାରି ବିପିନେ ଘୋର ବିପଦ।


ସେପାରିର ଆଖି ଝଲସା ତାରା

କେଜାଣି ସେ ଶୀତ କି ଝାଞ୍ଜି ଖରା,

ହେଉ ପଛେ ସେ ଉଧାରି ଆଲୋକ

ସିତାଂଶୁରୁ ଝରେ ଅମିୟ ଧାରା।


ଦିଗନ୍ତର ସେଇ ଲୁବ୍ଧ ପ୍ରଲୋଭନ

ଭରିଦିଏ ହୃଦେ ମାୟା ମୃଗତୃଷ୍ନା,

ଧାଇଁଛି ସେ ଦିଗେ ବହୁବାର

ଅମାବାସ୍ୟାରେ ଦେଖାଏ ମିଥ୍ୟା ଜ୍ୟୋସ୍ନା। 


ସେପାରି ମାୟାରେ ମୁଗ୍ଧ ହୋଇ

ମୁଁ ହଜାଏ ଏପାରି ଅନୁଭୂତି,

ଆସନ୍ତା କାଲିର ଉତ୍ସବ ଆଶାରେ

ହରାଏ ଆଜିର ଅର୍ଜିତ ସମ୍ପତି। 


ଇନ୍ଦ୍ରଧନୁ ସିନା ଥାଏ ପାଶେ

ଦୂରକୁ ସୁନ୍ଦର ପାଶେ ନାରଖାର

ଦେଖି ସିନା ହୁଏ ମନ ତୃପ୍ତି

ଛୁଇଁବାକୁ ଗଲେ ଛଳନା ମାୟାର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational