ଶୁଆ ଶାରୀ ଦ୍ୱନ୍ଦ୍ୱ
ଶୁଆ ଶାରୀ ଦ୍ୱନ୍ଦ୍ୱ
ରାଧା କୃଷ୍ଣ ଏକ ବୀଜ ବେନି ଗୋଟି ଫାଳ l
ଭିନ୍ନ ବୋଲି ଶୁଆ ଶାରୀ କରନ୍ତି କନ୍ଦଳ ll
ଶୁକ ବୋଲେ କୃଷ୍ଣ କୃଷ୍ଣ ଶାରୀ କହେ ରାଧା l
ରାଧା କୃଷ୍ଣ ନାମେ ନ ଲାଗଇ ଭଵ ବାଧା ll
ଶୁକ ବୋଲେ ଆମ କୃଷ୍ଣ ଜଗତ ଜୀବନ l
ଶାରୀ ବୋଲେ ଆମ ରାଧା ଜୀବନ ସ୍ପନ୍ଦନ ll
ଶୁକ ବୋଲେ ଆମ କୃଷ୍ଣ ଗୋପୀକା ରମଣ l
ଶାରୀ ବୋଲେ ଆମ ରାଧା ଗୋପୀ ଶ୍ରେଷ୍ଠା ଜାଣ ll
ଶୁକ ବୋଲେ ଆମ କୃଷ୍ଣ ଗୋକୁଳ ଚନ୍ଦ୍ରମା l
ଶାରୀ ବୋଲେ ଆମ ରାଧା ବୃଷଭାନୁ ଜେମା ll
ଶୁକ ବୋଲେ ଆମ କୃଷ୍ଣ ବଇଁଶୀ ବଦନ l
ଶାରୀ ବୋଲେ ବଇଁଶୀ ଡାକଇ ରାଧାନାମ ll
ଶୁକ ବୋଲେ ଆମ କୃଷ୍ଣ ଶ୍ରୀ ବାଙ୍କ ବିହାରୀ l
ଶାରୀ ବୋଲେ ଧୀରେ ଚା
ଲେ ରାଧିକାସୁନ୍ଦରୀ ll
ଶୁକ ବୋଲେ ଆମ କୃଷ୍ଣ କାଳିଆ କହ୍ନାଇ l
ଶାରୀ ବୋଲେ କଳାରେ ତା ଥାଇ ରାଧା ମାଇଁ ll
ଶୁକ ବୋଲେ ଆମ କୃଷ୍ଣ ଗୋପୀ ବସ୍ତ୍ର ଚୋର l
ଶାରୀ ବୋଲେ ଆମ ରାଧା ଗୋପୀମଧ୍ୟେ ବର ll
ଶୁକ ବୋଲେ ଆମ କୃଷ୍ଣ ସର୍ବ ଘଟେ ବାସୀ l
ଶାରୀ ବୋଲେ ଆମ ରାଧା ଶ୍ରୀକୃଷ୍ଣ ପ୍ରେୟସୀ ll
ଶୁକ ବୋଲେ କୃଷ୍ଣ ବୃନ୍ଦାବନେ ରୋପେ ଚମ୍ପା l
ଶାରୀ ବୋଲେ ପୁଷ୍ପ ତୋଳେ ଚତୁରୀ ରାଧିକା ll
ଶୁକ ବୋଲେ କୃଷ୍ଣ ବନେ ମୁରଲୀ ବଜାଇ l
ଶାରୀବୋଲେ ରାଧାନେଲେ ମୁରଲୀ ଚୋରାଇ ll
ଶୁଆ ଶାରୀ ମଧ୍ୟେ ଦେଖି ରାଧା କୃଷ୍ଣ ଦ୍ୱନ୍ଦ୍ୱ l
ମନ୍ଦ ମନ୍ଦ ହସୁଥାନ୍ତି ଶ୍ରୀ ରାଧେ ଗୋବିନ୍ଦ ll