ନମସ୍ତେ ନମସ୍ତେ କମଳା
ନମସ୍ତେ ନମସ୍ତେ କମଳା


ନମସ୍ତେ ନମସ୍ତେ କମଳା
=============
ନମସ୍ତେ ନମସ୍ତେ କମଳା l
କେ ବର୍ଣ୍ଣିି ପାରିବ ତୋ ଲୀଳା ll
ସାଗରୁ ସମ୍ଭବ ହୋଇଲୁ l
ବିଷ୍ଣୁଙ୍କୁ ସାଦରେ ବରିଲୁ ll
ଅଲକ୍ଷ୍ମୀ ତୋହର ଅଗ୍ରଜା l
ଉଦ୍ଦାଳକଙ୍କ ହେଲେ ଭାର୍ଯ୍ୟା ll
ନମସ୍ତେ ମାତା ବିଷ୍ଣୁପ୍ରିୟା l
ସର୍ବ ଜୀବରେ ରଖୁ ଦୟା ll
ନମସ୍ତେ ମାତ କମଳିନୀ l
ବୈକୁଣ୍ଠ ପୁର ନିବାସିନୀ ll
ନମସ୍ତେ ମାତା ମହାମାୟୀ l
ବିଶ୍ବର ଅନ୍ନଦାତ୍ରୀ ତୁହି ll
ନମସ୍ତେ ଭୁବନ ପାଳିକେ l
କମଳୀ କମଳ ମାଳିକେ ll
ନମସ୍ତେ ନମସ୍ତେ ପଦ୍ମଜା l
ପିତା ତୋହର ଜଳରାଜା ll
ଐଶ୍ୱର୍ଯ୍ୟଦାୟୀ ଠାକୁରାଣୀ l
ତୋତେ ପୂଜନ୍ତି ସର୍ଵପ୍ରାଣୀ ll
ନମସ୍ତେ ବିଷ୍ଣୁଙ୍କର ବାମା l
କ୍ଷୀରାବ୍ଧୀ ତନୟା ମା' ରମା ll
ତୋ ପାଶେ ମାତା ସରସ୍ୱତୀ l
ବିଷ୍ଣୁଙ୍କୁ ବେଦ ଶୁଣାବନ୍ତି ll
ବେଦ ତୋ ମହିମା ବର୍ଣ୍ଣନ୍ତି l
&n
bsp; ଶ୍ରୀସୁକ୍ତେ କରି ତୋର ସ୍ତୁତି ll
ନମସ୍ତେ ଲକ୍ଷ୍ମୀ ସୁରେଶ୍ୱରୀ l
ଶ୍ରୀପୀଠେ ଅଛୁ ବିଜେକରି ll
ଭୁଞ୍ଜାଉ ହସ୍ତ ପାକ ଅନ୍ନ l
ଶ୍ରୀପୀଠ ବୈକୁଣ୍ଠ ସମାନ ll
ନମସ୍ତେ ଶଙ୍ଖ ଚକ୍ର ହସ୍ତା l
ଜଗମୋହିନୀ ଜଗନ୍ମାତା ll
ନମସ୍ତେ ସାଗର ତନୁଜା l
ରଙ୍କକୁ ମାତ କରୁ ରାଜା ll
ଚଞ୍ଚଳା ଚଞ୍ଚଳ ତୋ ଗତି l
ଛାଡ଼ିଲେ ପ୍ରାଣୀଙ୍କୁ ଦୁର୍ଗତି ll
ତୋ ଭକ୍ତ ବଳରାମ ଦାସ l
ଲୀଳା ତୋ କରିଲେ ପ୍ରକାଶ ll
ଚାଣ୍ଡାଳୀ ତୋତେ କଲା ପୂଜା l
ଐଶ୍ୱର୍ଯ୍ୟ ଦେଲୁ ମା' ସିନ୍ଧୂଜା ll
ନମସ୍ତେ ଶ୍ୱେତ ପଦ୍ମାସନୀ l
ନମସ୍ତେ ଉଲ୍ଲୁକ ବାହନୀ ll
ନମସ୍ତେ ମାତା ବିଶ୍ଵଧାତ୍ରୀ l
ଘେନ ମୋ ପ୍ରଭାତୀ ଆରତୀ ll
🙏🙏🙏
ଅର୍ଜୁନୀ
----------------
ଅର୍ଜୁନୀ ଚରଣ ବେହେରା
ମୋ - ୭୬୯୩୦୯୧୯୭୧