ଉତ୍କଳ ଭାରତୀ କୁନ୍ତଳା କୁମାରୀ
ଉତ୍କଳ ଭାରତୀ କୁନ୍ତଳା କୁମାରୀ


ଧନ୍ୟ ଧନ୍ୟ ତୁମେ ଧନ୍ୟ କବୟିତ୍ରୀ l
କୁନ୍ତଳା କୁମାରୀ ଉତ୍କଳ ଭାରତୀ ll
ଉତ୍କଳ ସାହିତ୍ୟ କାନନ କୋକିଳା l
କଣ୍ୱଙ୍କର କନ୍ୟା କିବା ଶକୁନ୍ତଳା ll
ସାହିତ୍ୟ ସୃଜିଲ ଅତି ମନୋହର l
ସରଳ, ତରଳ, ସୁନ୍ଦରେ ସୁନ୍ଦର ll
କବିତା ରଚିଲ ଶେଫାଳିକା ପ୍ରତି l
ଅମୀୟ ଅମୃତ ପ୍ରେମମୟ ସୃଷ୍ଟି ll
ଛୋଟର ଆଦର କରିଥାଏ ଛୋଟ l
ପୂର୍ଣ୍ଣ ଚନ୍ଦ୍ର ପ୍ରାୟେ ଅତୀବ ଉତ୍କୃଷ୍ଠ ll
ବଢ଼ି ବଢ଼ି ଆଉ ନ ପାରିବି ବଢ଼ି l
ଫୁଟିଲା ଫୁଲ କି ଫୁଟେ ଫୁଲକଢ଼ି
ll
ଶେଫାଳିକି କହି କ୍ଷଣିକ ତୋ ପରି l
ଅକାଳେ ମଉଳି ପଡ଼ିଲ କି ଝରି ll
କ୍ଷଣପ୍ରଭା ତୁମ୍ଭେ ଉତ୍କଳ ଆକାଶେ l
ପ୍ରଭାମୟୀ ପ୍ରଭା ଆଜି ବି ପ୍ରକାଶେ ll
ଭାଷା ସାହିତ୍ୟକୁ ଅଟେ ତୁମ୍ଭ ଦାନ l
ମହତେ ମହତ ମହା ମହିୟାନ ll
ଭକ୍ତିଛନ୍ଦେ ଛନ୍ଦା ଶିଶୁଗେୟ ଗୀତି l
ଯଥାର୍ଥରେ ତୁମେ ଉତ୍କଳଭାରତୀ ll
ଉତ୍କଳ ଭାରତୀ କୁନ୍ତଳା କୁମାରୀ l
ସାବତ କେ ହେବ ଆଉ ତୁମ୍ଭ ପରି ll
ଉତ୍କଳୀୟେ ସଦା ରଖିଥିବେ ମନେ l
ଉତ୍କଳୀୟ ଭାଷା ସାହିତ୍ୟ କାନନେ ll