ଜୀବନ କାହାଣୀ
ଜୀବନ କାହାଣୀ
ଜୀବନ ଟା ଏମିତି କାହାଣୀ
କହିହୁଏ ନାହିଁ ସହି ହୁଏ ନାହିଁ
ଜୀବନର ଅକୁହା ବାଣୀ
ମନ ସାଗରେ ଉଠେ ଆଶାର ଲହରୀ
ଲହରୀ ବି ଭାଙ୍ଗି ଯାଏ ଲାଗେ ସ୍ବପ୍ନ ପରି
ମଣିଷ ଖୋଜି ବୁଲେ ହସର ମଧୁକୁ
ଜଣେନା ସେ ପାଇବ ଲୁହ ଆଉ କୋହକୁ
ସୁଖର ଦୁଃଖର ହସର କାନ୍ଦର
ଜୀବନ ସାରଣୀ
ଜୀବନ ଟା ଏମିତି କାହାଣୀ
ମଣିଷ ରହି ଥାଏ ଭାବନାର ପଥେ
ମନ କଥା ବୁଝିବାକୁ କେହି ନାହିଁ ସାଥେ
ନିଜର ବି ଦିନେ ପର କରିଦିଏ
ଦୁଃଖର ନିଆଁରେ ନୀତି ଜଳୁଥାଏ
ଆଶା ନିରାଶାର ସବୁ ଯନ୍ତ୍ରଣାର
ଜୀବନ ତରଣୀ
ଜୀବନ ଟା ଏମିତି କାହାଣୀ ।
