STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଜୀବନ କାହାଣୀ

ଜୀବନ କାହାଣୀ

1 min
340

ଜୀବନ ଟା ଏମିତି କାହାଣୀ

କହିହୁଏ ନାହିଁ ସହି ହୁଏ ନାହିଁ

ଜୀବନର ଅକୁହା ବାଣୀ

ମନ ସାଗରେ ଉଠେ ଆଶାର ଲହରୀ

ଲହରୀ ବି ଭାଙ୍ଗି ଯାଏ ଲାଗେ ସ୍ବପ୍ନ ପରି

ମଣିଷ ଖୋଜି ବୁଲେ ହସର ମଧୁକୁ

ଜଣେନା ସେ ପାଇବ ଲୁହ ଆଉ କୋହକୁ

ସୁଖର ଦୁଃଖର ହସର କାନ୍ଦର

ଜୀବନ ସାରଣୀ

ଜୀବନ ଟା ଏମିତି କାହାଣୀ

ମଣିଷ ରହି ଥାଏ ଭାବନାର ପଥେ

ମନ କଥା ବୁଝିବାକୁ କେହି ନାହିଁ ସାଥେ

ନିଜର ବି ଦିନେ ପର କରିଦିଏ

ଦୁଃଖର ନିଆଁରେ ନୀତି ଜଳୁଥାଏ

ଆଶା ନିରାଶାର ସବୁ ଯନ୍ତ୍ରଣାର

ଜୀବନ ତରଣୀ

ଜୀବନ ଟା ଏମିତି କାହାଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational