ଜୟ ମାରୁତି
ଜୟ ମାରୁତି


ଜୟ ମାରୁତି ଚଞ୍ଚଳ ମତି
ଚଞ୍ଚଳେ ଉଡ଼ିଗଲ l
ଗନ୍ଧ ମାର୍ଦ୍ଦନ ଉପାଡ଼ି ଆଣି
ଲକ୍ଷ୍ମଣେ ଜିଆଇଲ ll
ଅଞ୍ଜନା ସୂତ ବାୟୂଙ୍କ ପୁତ୍ର
ତୁମେ ତ ମହାବୀର l
ପବନବେଗେ ଆକାଶେ ଉଡ଼ି
ହୋଇଲ ସିନ୍ଧୁ ପାର ll
ଅଶୋକ ବନ ଉଜାଡ଼ି ଦେଲ
ଉପାଡ଼ି ବୃକ୍ଷ ଲତା l
ମୁଦ୍ରିକା ଦେଇ ହରିଲ ଶୋକ
ଅଶୋକବନେ ସୀତା ll
ରାକ୍ଷସ ପୂରେ କିଏ ନ ଡରେ
ତୁମରି ପରି ଏକା l
କୁଦାକୁ କୁଦା ମାରିଲ ଯୋଦ୍ଧା
ଜଳିଲା ସ୍ଵର୍ଣ୍ଣଲଙ୍କା ll
ସେବକ ପଣେ ତୁମେତ ଜଣେ
ଆଉ ଅଛିକି କେହି l
ପ୍ରଭୁ ଶ୍ରୀରାମ କହିଲେ ତୁମେ
ଭରତସମ ଭାଇ ll
ସନ୍ଥ ତୁଳସୀ କହିଲେ ହସି
ଅ
ତୁଳ ବଳ ଧାମା l
ଅତି ଚତୁର ଶ୍ରୀରାମ କାର୍ଯ୍ୟେ
ପବନ ସୂତ ନାମା ll
ସଙ୍କଟ ହର ନାମେ ତୁମର
କଟଇ କାଳ ଭୟ l
ଭୂତ ପିଶାଚେ ପଳାନ୍ତି ଦୂରେ
ଶ୍ରୀରାମ ଦୂତ ଜୟ ll
ରାମ ସୁଗ୍ରୀବେ ମଇତ୍ର କଲ
ଜଳାଇ ବୈଶ୍ୱାନର l
ହେ ଚିରଞ୍ଜିବୀ ଥିଲ ପା ଲଭି
ଶ୍ରୀରାମଙ୍କର ବର ll
ଲଙ୍କାରେ ପଶି ଗଡ଼ାଇ ଦେଲ
ଅସୁର ଗୋଟା ଗୋଟା l
ଜାନକୀ ବରେ ଆଠୋଟି ସିଦ୍ଧି
ନଅ ନିଧିକେ ଦାତା ll
ଭାରତ ଯୁଦ୍ଧେ ତୁମେ ପା ଥିଲ
ନନ୍ଦିଘୋଷରେ ବସି l
କପି କେତନ ଗାଏ ସଂସାର
ତୁମରି ନାମ ଘୋଷି ll
ଚାରି ଯୁଗରେ ଅମର ତୁମେ
ସକଳ ସିଦ୍ଧି ଦାତା l
ତୁମ ପୟରେ ପ୍ରଣତି ଢାଳେ
ଅରପି ସବୁ ଚିନ୍ତା ll