STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମନେ ପଡ଼ନ୍ତି ସୁର ସାମ୍ରାଜ୍ଞୀ

ମନେ ପଡ଼ନ୍ତି ସୁର ସାମ୍ରାଜ୍ଞୀ

1 min
311



ଦୁଃଖଦ ଖବର କି ଯୋଗେ ସେଦିନ 

    ପାହିଥିଲା କାଳ ରାତି l

ବୋହୁ ଥିଲା ପାଣି ଖବରଟା ଶୁଣି 

   ଛାତିଗଲା ଖାଲି ଫାଟି ll

ମନେ ପଡ଼େ ଖାଲି ଭଉଣୀଙ୍କ କଥା 

    ଦିଅ ମୋ ଶିର ଆଉଁସି l

ବୟାନବେ ବର୍ଷେ ଭଉଣୀ ଆମର 

   ହୋଇଗଲେ ସ୍ୱର୍ଗବାସୀ ll

ସରସ୍ବତୀ ପୁତ୍ରୀ ଭଉଣୀ ସେ ଲତା 

    ସରସ୍ବତୀପୂଜା ବାସି l

ମାଆ ବୀଣାପାଣି ଘେନିଗଲେ କିବା 

    ସରଗ ଧାମକୁ ଆସି ll

ଆଉ ଶୁଭୁ ନାହିଁ ସଙ୍ଗୀତ କାନନେ 

     ମଧୁଝରା କୁହୁ ତାନ l

ୱାତୋକୋ ଲୋଗ୍ ଶୁଣି କିବା ଆଉ 

   ଜାଗିବେ ସତେ ଯବାନ ll

ଦେଶ ଭକ୍ତି ଗୀତ ସିନେମା ସଙ୍ଗୀତ 

    କିଏ ଦେବ ଆଉ ଗୁନ୍ଥି l

ବି

ଭୁ ଶ୍ରୀ ଚରଣେ ଅଜସ୍ର ଜଣାଣ 

   ଭକ୍ତିଭରା ଭକ୍ତି ଗୀତି ll

ଗାଇ ଚାଲିଥିଲେ ଅସୁମାରୀ ଗୀତ 

   ଭାଷା କେ ପାରିବ ଗଣି l

ତୁମ ପରା ଆଉ କିଏ ବା ଗନ୍ଧର୍ବି 

   ଜଗତେ ହେବ ଭଉଣୀ ll

କୋଣ ଅନୁକୋଣୁ ଶୋକ ବାର୍ତ୍ତାମାନ 

    ଇଥରେ ଆସିଲା ଭାସି l

କୋଟି ହୃଦୟରେ ବାସ ସିନା ତୁମ 

   ତୁମ ଆତ୍ମା ଅବିନାଶି ll 

ଧନ୍ୟ ତୁମ୍ଭ ପିତା ଦୀନ ନାଥ ଵାବୁ 

   ଲଭିଲେ ଅମୁଲ୍ୟ ରତ୍ନ l

ଭାରତ କୋକିଳା ଧନ୍ୟ ଲତା ତୁମେ 

   ତୁମେ ଯେ ଭାରତରତ୍ନ ll 

ସଙ୍ଗୀତ ଆକାଶେ ତୁମେ ଲତା ଦିଦି 

    ଧ୍ରୁବ ଲୋକେ ଅଧିଷ୍ଠିତ l

ତୁମ ଆତ୍ମା ଯାଇ ଦିବ୍ୟ ଧାମେ ଥାଉ 

    ବିଭୁ ପାଦେ ପ୍ରଣିପାତ ll

 


Rate this content
Log in

Similar oriya poem from Inspirational