STORYMIRROR

Satyabati Swain

Inspirational

3  

Satyabati Swain

Inspirational

ହାରିବା ମଣିଷ

ହାରିବା ମଣିଷ

1 min
268

ସାଲିସ୍ ପାଲିସ

କରିବାକୁ

ମନ ନାରାଜ

ପ୍ରଶସ୍ତି ଗାନ ପାଇଁ

ମୋର ଘୃଣା

କୁଞ୍ଜ ସୁନ୍ଦର

ଭାଷା ଭାବ

ମୋ ପାଖେ ଦୁଷ୍ପ୍ରାପ୍ୟ।


ଏଣୁ ମୁଁ ପଛରେ

ପଛରେ ଥାଇବି ଖୁବ୍ ଖୁସି

କାରଣ

ମୋ ହୃଦ ଲାଳାୟିତ ନୁହେଁ

ହାଁ ଜୀ ହାଁ ଜୀ ପଦୋନ୍ନତିରେ

ଚାଟି ପାରିନି ନାହିଁ ପାଦ

ସାଉଁଳେଇ ନ ପାରେ କାର ଚୁଟି।

 

ଏଣୁ ସ୍ଵଭାଵକି ହାରିବା

 ହାରିବା ମଣିଷ

ମରିବା ସଂଗେ ସମାନ କୁହନ୍ତି।


କିନ୍ତୁ କାହିଁକି

ହାରିଯିବା କଣ ଜୀବନର ଶେଷ କଥା!

ହାରିବା ନଥିଲେ

ଜିତିବା ଏତେ ମହତ୍ୱ ରଖନ୍ତା କି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational