ବିରହ
ବିରହ
ବିରହର ନିଆଁ
ଜାଳି ସ୍ୱୟଂ ସିଦ୍ଧ
ପ୍ରତିଦ୍ଵନ୍ଦ୍ୱୀ ପାଲଟୁଛ ।
ପ୍ରେମେ ପୂର୍ଣ୍ଣଛେଦ
ଲୋଡା ନାହିଁ ମୋର
ତୁମେ କିମ୍ପା ନ ବୁଝୁଛ ।।
ମନର କଥାକୁ
ଆଖିର ଭାଷାକୁ
ପ୍ରାଞ୍ଜଳ ଭାବେ ପଢୁଛ ।
ହୃଦ କୁଞ୍ଜବନେ
ନିଦା ବିଷ୍ଣୁ ସମ
ଆସ୍ଥାନରେ ବସିଅଛ ।।
ପରିସ୍ଥିତି ପାଇଁ
ଦୁର୍ଦ୍ଦିନ ପଡିଛି
ଆଖିରୁ ଲୋତକ ଝରେ ।
ସିଦ୍ଧାନ୍ତ ନେବାରେ
ଧୁରନ୍ଧର ତୁମେ
ସେଥିପାଇଁ ମୁହିଁ ଡରେ ।।
ପାରୁନି ବଖାଣି
ମୋ ହୃଦ କାହାଣୀ
ମନ କଥା ମନେ ମରେ ।
ଉଧାରରେ ମତେ
ଦେଇଛ ଅଜାଡି
ତୁମ ଶିକ୍ଷା ମନ ଭରେ ।।
ବୁଝେନା ତୁମଙ୍କୁ
ଅବୁଝା ମନକୁ
ଅବୁଝାରେ ରହିଯାଏ ।
ମନେ ଅଭିମାନ
ନାହିଁ ଅଭିଯୋଗ
ମୁଖେ ଫିକା ହସ ଥାଏ ।।
ଅଣ୍ଟି ଛୁରୀ ଜଦି
ତଣ୍ଟି କି କାଟିବ
ଅସରନ୍ତି ହୁଏ ଦୁଃଖ ।
ସମ୍ପର୍କର ଡୋର
ହୁଗୁଳା ପଡଇ
ଧୈର୍ଯ୍ୟ ଡେଇଁ ଭାଙ୍ଗେ ସୁଖ ।।
ସମ୍ପର୍କ ଆମର
ଗଙ୍ଗା ଜଳ ସମ
ପବିତ୍ରର ପୂର୍ଣ୍ଣ ଢାଳେ ।
ସଂସାର ଭିତରେ
ନିଜସ୍ୱ ହଜାଇ
ଭାବନାରେ ମନ ଢଳେ ।।
ନିର୍ମଳ ମନରେ
ଭାବ ପ୍ରବଣତା
ବିଶ୍ୱାସ ଅଗାଢ ଥିଲେ ।
ପ୍ରତାରଣା ତାର
ଭାଗ୍ୟରେ ଲେଖା ଯେ
ପକାଏ ବିପଦେ ଭଲେ ।।
