ଧନୁ ସଙ୍କ୍ରାନ୍ତି
ଧନୁ ସଙ୍କ୍ରାନ୍ତି
ସୂରୁଜ ଦେବ ରଥରେ ବସି
ଧନୁ ସଙ୍କ୍ରାନ୍ତି ଦିନ
ଧନୁରୁ ଯାଇ ହେବେ ପ୍ରବେଶ
ମକର ରାଶି ଚିହ୍ନ ।
ବଡି ସକାଳୁ ସ୍ନାହାନ ସାରି
ପବିତ୍ର ନଦୀ ଜଳେ
ଦର୍ଶନ ଶୁଭ ଦେବାଦେବୀଙ୍କୁ
ଆଶୀଷ ଶୁଭ ମିଳେ ।
ପବିତ୍ର ମାସ ଶ୍ରୀ ମାର୍ଗଶୀର୍ଷ
ପୂଜ୍ୟ ଶ୍ରୀ ବିଷ୍ଣୁ ସୂର୍ଯ୍ୟ
ଗୋଟିଏ ଦିନ ଫଳ ସମାନ
ପୂଜା ସହସ୍ର ବର୍ଷ ।
ହୁଅଇ ଦୂର ଦାରିଦ୍ର୍ୟ ଦୁଃଖ
ପ୍ରଚୁର ଧନଧାନ୍ୟ
ସବୁରି ମନେ ଦାନ ଓ ପୁଣ୍ୟ
ଭାବନା ପରିପୂର୍ଣ୍ଣ ।
ଓଡ଼ିଶା ପାଇଁ ଧନୁ ସଙ୍କ୍ରାନ୍ତି
ବିଶେଷ ବଡ଼ ପର୍ବ
ପାଳନ୍ତି ସର୍ବେ ହରଷ ମନେ
ଧନୀ ହେଉକି ଗରିବ ।
ବାସେ ବଢ଼ିଆ ଖଣ୍ଡ ନଡ଼ିଆ
ଭଳିକି ଭଳି ମୁଆଁ
ଲାଗଇ ଭୋଗ ଦେବ ମନ୍ଦିରେ
ମାରନ୍ତି ପିଲେ ଡିଆଁ ।
ଆସିଛି ଆଜି ଧନୁ ସଙ୍କ୍ରାନ୍ତି
ଉଛୁର ଆଉ କିଆଁ
କରିବା ମଜା ଖାଇବା ଆସ
ଗୁଡ଼ ଉଖୁଡା ମୁଆଁ ।
-----
