ଯିଏ ଯାହା କହୁ ଢୋଓ
ଯିଏ ଯାହା କହୁ ଢୋଓ
ଅବୁଝା ମଣିଷ ଅରଣା ମଇଁଷି
ମନ ତା ଏକ ସିଙ୍ଘିଆ
ମାନେନା ସେ କିଛି ନୀତି ଓ ନିୟମ
ଚାଲୁଥାଏ ଏକୁଟିଆ ।
ନିଜ ସ୍ୱାର୍ଥ ଛଡା ଦିଶେ ନାହିଁ ତାକୁ
ଦୁନିଆରେ ଅନ୍ୟ କିଛି
ସାମାନ୍ୟ ଟିକିଏ ବ୍ୟତିକ୍ରମ ହେଲେ
ପଟାଏ ଦିଏ ସେ ନାଛି ।
କ୍ରୋଧରେ ଜଳଇ ଚିତ୍କାର କରଇ
ଭୟାନକ ଗତିବିଧି
ଦେଖାଏ ନିଜର ହୀନ ପଶୁବଳ
ଲଗାଏ ଛାତିକୁ ଛାତି ।
ହାସଲ କରଇ କଳ କଉଶଳ
ବଳରେ ସୁବିଧାବାଦୀ
ଗଣନ୍ତି ପ୍ରମାଦ ନିକଟ ସମ୍ପର୍କ
କାଳ ଅତି ଏକଜିଦି ।
ସହ ଅବସ୍ଥାନ ସ୍ୱଚ୍ଛନ୍ଦ ଚଳନ
ପାଖ ପଡୋଶୀଙ୍କ ସୁଖ
ଦେଖିଲେ ହୁଅନ୍ତି ବଡ଼ ଅସହିଷ୍ଣୁ
ଅରଣା ମଣିଷ ମୁର୍ଖ ।
କଳଙ୍କ ଅଟନ୍ତି ଏମିତି ଦୁର୍ଜନ
ହେଉ ଅବା ଜାତି ଦେଶ
ଶାନ୍ତି ମୈତ୍ରୀ ପ୍ରୀତି ବନ୍ଧୁତ୍ୱ ନାମରେ
କରନ୍ତି ଛୁରୀକାଘାତ ।
ହୁଅ ସାବଧାନ ସର୍ବଦା ସତର୍କ
ମାଡ଼ି ଆସେ ହୋୟା°ହୋଓ
ଭାବୁଛି ଅଧିକ ଚତୁର ଚାଇନା
ଯିଏ ଯାହା କହୁ ଢୋଓ ।
