Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

3  

Chittaranjan Nanda

Inspirational

ସବୁ ଧର୍ମର ସାର ମରମ, ଅହିଂସା

ସବୁ ଧର୍ମର ସାର ମରମ, ଅହିଂସା

1 min
283



ଭାଷଣ ଓ ଡ୍ରାମାବାଜିରେ କୋଣାର୍କ 

କେବେ ତ ହୋଇନି ଛିଡା

ବାରଶହ ବଢେଇ ଓ ଧରମା ପରି ଶ୍ରମିକ 

ଯୋଗୁ ତାହା ହୋଇଲା ଗଢା ।


ଆଜିର ସମାଜରେ, ଛଳନାରେ ନେତୃବୃନ୍ଦ  

ବହୁ ବଡ ବଡ କଥା କହନ୍ତି

ଦଲାଲ ହୋଇ, ଶାଗ ମାଛ ଦରରେ ଦେଶର

ସବୁ ସମ୍ପତ୍ତିକୁ ବିକି ଦିଅନ୍ତି ।


ଶ୍ରମିକ କୃଷକ ଜବାନ୍ କରି ଚାଲନ୍ତି କାମ ଦେଶ

ପାଇଁ, ମନକୁ ମନ

ନେତାମାନେ, କରିବା ଲୋକକୁ ନୁଆଁଇ ତଳକୁ, 

ଆବୋରିଛନ୍ତି ଉଚ୍ଚ ଆସନ ।


ଗୋଡିବାଲି ସିମେଣ୍ଟରେ ଗୋଳି, କର୍ମ ଆସନର

ପିଣ୍ଡି ଯାହାର ଗଢା

ଉତ୍ତମ ବିଚାର ଥିବା କର୍ମଜୀବି ମଣିଷ ଯୁଗ ଯୁଗ 

ଧରି ଦେଶ ପାଇଁ ହୁଅନ୍ତି ଛିଡା ।


ସବୁ ଧର୍ମର ପରା ସାର ମରମ ଓ ସୃଷ୍ଟିର ଶ୍ରେଷ୍ଠ 

ସତ୍ଯ ପରା ଅହିଂସା ଅଟଇ 

ସାମ୍ପ୍ରଦାୟିକ ହିଂସା ମନୋଭାବ, ଛାଡି ଦିଅ ମୋର

ଭାରତୀୟ ଭଉଣୀ ଭାଇ ।



Rate this content
Log in

Similar oriya poem from Inspirational