Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

suchismita Sahu

Inspirational

3  

suchismita Sahu

Inspirational

ଦୀପାଳି

ଦୀପାଳି

1 min
197


ଶୁଭ ଦୀପାବଳି ଆଗମନେ ଆଜି

ଆଲୋକିତ ହୁଏ ଧରା

କାଳୀ ପୂଜା ର

ଆସର ଜମଇ

 ଆମ ସହର ଟା ସାରା

ଝକ ମକ ହୁଏ

ତାର ଫୁଲ ପରି

ଲିଚୁ ଲାଇଟି ମାନ

ଲକ୍ଷ୍ମୀ ଗଣେଶ ପୂଜା ହେବା ପାଇଁ

ମୃତି ସହ ମିଳୁଥାଏ

 ଛୋଟ ଛୋଟ ବିମାନ

ସୁନ୍ଦର ରଙ୍ଗୋଲି

ଦୃଶ୍ୟମାନ ହୁଏ

ସଭିଙ୍କ ଅଗଣା ଠାରେ

ନାନା ରକମର ବ୍ୟଞ୍ଜନ

 ପ୍ରସ୍ତୁତ ହୁଅଇ 

ଗାଁ ଗଣ୍ଡା ପୁରେ ପୁରେ

ରାତିରେ ପଡଇ ବଡ଼ବଡ଼ୁଆଙ୍କୁ ଡାକ

ବଡ଼ବଡ଼ୁଆ ହୋ ଅନ୍ଧାରରେ ଆସ

ଆଲୁଅରେ ଯାଅ କହି

ହୋଇ ଥାଏ ପୂଜା ଶେଷ

ପରମ୍ପରା କ୍ରମେ ଛତୁଆ ଭୋଗ ଲଗାଇ

ବୋହୂ ପୁଅ ଓ ନାତି ନାତୁଣୀ ମାନେ

ଦେଉଥାନ୍ତି ପୂର୍ବ ପୁରୁଷଙ୍କୁ

ଆଲୋକର ପଥ ଦେଖାଇ

ରାମଚନ୍ଦ୍ର ଆଗମନେ ଖୁସିହୋଇ

ଅଯୋଧ୍ୟା ର ଲୋକେ

ଦେଇଥିଲେ ଅଯୋଧ୍ୟା କୁ ଦୀପରେ ସଜାଇ

ସେହି ଦିବସକୁ ମନରେ ହେଜିବା ପାଇଁ

ଦୀପାଳି ର ପରମ୍ପରା

ଅଦ୍ୟାବଧି ଯାଏ

ଆସିଛି ପାଳିତ ହୋଇ ।



Rate this content
Log in

Similar oriya poem from Inspirational