STORYMIRROR

suchismita Sahu

Tragedy

3  

suchismita Sahu

Tragedy

ମା

ମା

1 min
187


ମା

ତୋ ବିନା ପାଏନି

ଖୋଜି ମୁଁ ରାହା

ଦୁଃଖ ଆସିଯାଏ

ଜୀବନେ ମୋହର

ସତେକି ଅଲୋଡ଼ା ବାଆ

କେତେ ଖୁସି ଥିଲି

ପିଲାବେଳେ ମୋର 

ଯେବେ କାନି ଧରି ବୁଲୁଥିଲି

ତୋ ହାତର ଭାତ ଡାଲି ଖାଇ

ମା ମା ଡାକୁଥିଲି

ଆଜି ଲାଗୁଥାଇ

ସବୁ ଅନ୍ଧକାର

ସବୁ ଅଚ୍ଛି ପାଖେ

କିନ୍ତୁ ଶୁଭୁନାହିଁ ତୋର ସ୍ୱର..

ଅଲୋଡ଼ା ଥିଲା ଧନ ରତ୍ନ

 ମୋ ପାଇଁ

ଅଲୋଡ଼ା ଥିଲା

ସଂସାର ଜଂଜାଳ

ଆଜି ସେ ଫାସରେ ପଡି

ହେଉଥାଏ ମୁଁ ଡହଳ ବିକଳ

ଫେରେଇ ଦେବୁ ଯଦି

ଫେରେଇ ଦେ ମୋ ପିଲା ଦିନ

ଯୋଉଁଠି ଅଝଟ, ଅବୁଝା

ହୋଇ ମାଗୁ ଥିଲି ତତେ......ଜହ୍ନ

ବୁଝାଇ ଦେଇଛି ଜୀବନ ମତେ

କେତେ ସୁଖ ଦେଇ 

 ହାତେ ଗଢି ଥିଲୁ

କଣ୍ଢେଇ ପରିକା ମତେ

ତୋ ବିନା ଆଉ କିଏ ବୁଝିବ

ମୋ ମନର କଥା

ସ୍ମୃତି ପଟରେ ରହି ଯାଇଛି

ତୋ ଅଲିଭା ଗାଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy