STORYMIRROR

suchismita Sahu

Others

3  

suchismita Sahu

Others

ସରସ୍ବତୀ

ସରସ୍ବତୀ

1 min
5

ବାଗଦେବୀ ସରସ୍ବତୀ

ଜ୍ଞାନ ପ୍ରଦାୟିନୀ !

ଶୁଭ୍ର ବସ୍ତ୍ର ପରିହିତା

 ହଂସ ବାହିନୀ !

ଚତୁର୍ଭୁଜା ସ୍ୱରୂପା ମା

ବୀଣା,ପୁସ୍ତକ ଧାରିଣୀ !

ପଦ୍ମେ ଫୁଲେ ଉପବିଷ୍ଠା 

ଅଜ୍ଞାନ ହାରିଣୀ !

ଅପରୂପା ଶୋଭା ମା ଗୋ

ଚମ୍ପାଫୁଲ ଜିଣି!!

ପାଦରେ ନୂପୁର ମା ଗୋ 

କଟିରେ କିଂକିଣି !

ହସ୍ତରେ ଚୁଡ଼ି 

ରବି ଶଶୀ ଜିଣି !

ବସନ୍ତ ପଞ୍ଚମୀରେ ଆଗମନ

 ହୁଅ ମା ଗୋ 

ବ୍ରହ୍ମା ଙ୍କ ଘରଣୀ !

ଗଳାରେ ଚାପସରି

କାନରେ କୁଣ୍ଡଳ!

ନାଭି ଯାଏ ଲମ୍ବି ଥାଏ

କର୍ପୁର ର ମାଳ!

ମଥାରେ କୁମକୁମ ମା ଗୋ 

ସିମନ୍ତେ ସିନ୍ଦୁର !

ତୁମେ ଦୟା କଲେ ମା ଗୋ 

ମୁକ କଥା କୁହେ

ଶୁଣି. ପାରେ ବଧିର !

ଯାର ଠାରେ କୃପା ବହୁ

ହୁଏ ସେହି ଜ୍ଞାନୀ !

କଣ୍ଠେ ଯଦି ବସୁ ତୁହି

ହୁଏ ସ୍ଵରେ ଧନୀ !

ମୂର୍ଖ କାଳୀଦାସେ ଦୟାକଲୁ 

ଦେଇ ଦିବ୍ୟ ଜ୍ଞାନ!

ଏ ଯାବତ କେହି ହୋଇ ପାରିନାହିଁ

ତାଙ୍କରି ସମାନ !

ସୁରସାମ୍ରାଙ୍ଗି ଲତା ଠାରେ ଦୟାବହି!

କୋକିଳ ସମ ସ୍ୱର ଦେଲ

ତାଙ୍କ ତୁଳନା ଯେ ନାହିଁ!!

କାଳଯୟୀ ହୋଇଛନ୍ତି କେତେ କେତେ ଜନ!

କରି କରି ମା ଗୋ

ଅଦ୍ୟାବହି ତବ ଗୁଣ କୀର୍ତନ !



Rate this content
Log in