Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଆସିଗଲା ଦୀପାବଳୀ

ଆସିଗଲା ଦୀପାବଳୀ

1 min
164


    

ଆସିଗଲା ଦୀପାବଳୀ ଫୁଟାଇବା ବାଣ l

ବେଗିବେଗି ବଜାରରୁ ଯାଇ କିଣିଆଣ ll


ତେଲୁଣି ଚାଇନା କୁମ୍ପି ଲଙ୍କା ଚକ୍ରକେଳି l

ଝରା ବତୀ ଧପଧପି ରକେଟ ହାବେଳି ll


କୁକୁର ଲାଞ୍ଜରେ ବାନ୍ଧିଦେବ ଝରାବତୀ l

ତାଳି ମାରି ପିଲାଙ୍କର ଖୁସି ହେବ ଅତି ll


ସାବଧାନେ ଦୂରେ ରହି ବାଣ ଫୁଟାଇବ l

ମଜା ହେବ ଅଗ୍ନିଭୟ ପ୍ରମାଦ ନହେବ ll


ଦୀପାଵଳୀ ନ ଛୁଇଁବେ ଜମାରୁ ଆଇଁଷ l

ପିତରଗଣେ ଲଭିବେ ନରକରେ ବାସ ll


ଧନତେରସରେ ସଭାଜନେ ବାଣୀ ଶୁଣ l

ଘରେ ନକରିବ ଭାଇ ଜମା ରାମାୟଣ ll


ବାଣ ଫୁଟା ସରି ଗଲେ ପିତୃଙ୍କୁ ପୂଜିବ l

କାଉଁରିଆ ଜାଳି ପୁଣି ପିପେଇ ଡାକିବ ll


ବଡ଼ବଡୁଆ ହେ ଆସ ଅନ୍ଧାରରେ ଆସ l

ଆଲୁଅରେ ଯାଇ କର ଵଇକୁଣ୍ଠ ବାସ ll


ଗଙ୍ଗାଯିବ ଗୟା ଯିବ ପୃଷୋତ୍ତମ ଯିବ l

ବାଇଶିପାହାଚେ ଯାଇ ଗଡ଼ ଗଡ଼ାଇବ ll


ଦୀପାବଳି ପର୍ବ ଏବେ ସମାପନହେଲା l

ଗୀତଦୁଇପଦ ଲେଖି ଅର୍ଜୁନୀ ଗାଇଲା ll


ପଞ୍ଚୁକ ଆସୁଛି ସାଥେ ବୋଇତର ଭସା l

ଆ କା ମା ଵୈ ଉତ୍କଳସାଧବେ ଭରସା ll


ବଡ଼ଓଷା ସାଥେ ଅଛି ପୁଣି ଯାତ୍ରା ବାଲି l 

କାର୍ତ୍ତିକେଶ୍ୱରଙ୍କ ପୂଜା ପୂଜା ମହାକାଳୀ ll


ଉତ୍କଳର ସଙ୍ଗେ ଭାଇ କେହେବ ସମର୍ଥ l

ନୀଳାଚଳେ ବିଜେ ମହାପ୍ରଭୁ ଜଗନ୍ନାଥ ll

     


Rate this content
Log in

Similar oriya poem from Inspirational