Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ସନ୍ତୋଷୀ ମାତା ମହାମାୟୀ

ସନ୍ତୋଷୀ ମାତା ମହାମାୟୀ

1 min
6



ସନ୍ତୋଷୀ ମାତା ମହାମାୟୀ l

     ପରମ ଯୋଗେଶ୍ୱରୀ ତୁହି ll

ନମସ୍ତେ ଗଜାନନ ପୁତ୍ରୀ l

      ନମସ୍ତେ ସର୍ବ ସିଦ୍ଧିଦାତ୍ରୀ ll

ଶୂଳ କୃପାଣ ହସ୍ତେ ତୋର l

       ଭ୍ରମଣ କରୁ ତିନିପୁର ll

ସନ୍ତୋଷେ ମାତ ବର ଦେଲୁ l

     ସନ୍ତୋଷୀ ନାମକୁ ବହିଲୁ ll

ତ୍ରିପୁରେ ଉଡ଼େ ତୋର ଧ୍ଵଜା l

     ବାହନ ତୋର ପଶୁ ରାଜା ll

ନମସ୍ତେ ମାତା କାତ୍ୟାୟନୀ l

     ଫଳ ମା ଦେଉ ମନଜାଣି ll

ନମସ୍ତେ ମାତା ଦୟାବତୀ l

     ପ୍ରାଣୀଙ୍କୁ ଦେଉ ଯଶ କୀର୍ତ୍ତି ll

ତୋ ପୂଜାକରି ମହାମାୟେ l

       ଦୂଷଣ ଦୁର୍ଗତି ପଳାଏ ll

ଶଙ୍କର ଗୋଉରିଙ୍କ ପୌତ୍ରୀ l

   ସୌମ୍ୟ ବଦନୀ କୃପାନେତ୍ରୀ ll

ଅଟୁ ମା' ପରମ ବୈଷ୍ଣବୀ l

    ନମସ୍ତେ ମାତା ମହାଦେବୀ ll

ନୈବେଦ୍ୟ ମାତ୍ର ଗୁଡ଼ ଚଣା l

     ଗୋକୁଳ ଧୂପ ଦୀପ ଝୁଣା ll

ପିତା ତୋହର ବିଦ୍ୟାନିଧି l

    ପ୍ରାଣୀଙ୍କୁ ଦେଉ ବିଦ୍ୟା ବୁଦ୍ଧି ll

ବାରଙ୍କ ମଧ୍ୟେ ବାର ସାର l

     ତୋ ବାର ଆଜି ଶୁକ୍ରବାର ll

ନମସ୍ତେ ମାତା ଶୁଭଙ୍କରୀ l

    ତୋ ପଦେ ଶରଣ ମୋହରି ll

     


Rate this content
Log in

Similar oriya poem from Inspirational