STORYMIRROR

BISWESWAR MAJHI

Inspirational

3  

BISWESWAR MAJHI

Inspirational

ଭାରତର ଐତିହ୍ୟ

ଭାରତର ଐତିହ୍ୟ

1 min
341

ବେଦୋପନିଷଦ ସନାତନ ଧର୍ମ ମୁନିୠଷି ଦିବ୍ୟ ବାଣୀ

ଭଗବତ ଗୀତା ଅଷ୍ଟାଦଶ ପୁରାଣ ଏ ଦେଶ ବଖାଣି ।

ବୈଦିକ ବିଜ୍ଞାନ ବୈଦିକ ଗଣିତ କ୍ରମିକ ସଂଖ୍ୟାର ଧାରା

ଶୂନ୍ୟର ମୂଲ୍ୟ ବୀଜଗଣିତର ମୂଳକୁ ଖୋଜିବା ପରା ।

ଅଯୋଧ୍ୟାର ରାଜା ଦ୍ୱାରକାଧିପତି ରାମ କୃଷ୍ଣ ନରପତି

ଯୁଧିଷ୍ଠିର କର୍ଣ୍ଣ ଅରଜୁନ ଯୋଦ୍ଧା ଭୀଷ୍ମ ଦ୍ରୋଣ ପରି ରଥି। 

ପୁରୁ ପୃଥ୍ବୀରାଜ ଚୌହାନ ଅଶୋକ ଶିବାଜୀ ରାଣା ପ୍ରତାପ

ଆକବର ଜାହାଙ୍ଗୀର କର୍ଣ୍ଣାଟକେ ଟିପୁ ସୁଲତାନ ଭୂପ। 

ମହେଂଜୋଦାରୋର ମହାନ ସଭ୍ୟତା ଅଜନ୍ତା ଏଲୋରା କୀର୍ତ୍ତି

ଶଙ୍କରାଚାର୍ଯ୍ୟଙ୍କ ପୁଣ୍ୟ ଚାରିଧାମ ଶ୍ରେଷ୍ଠ ଦାରୁ ବ୍ରହ୍ମ ମୂର୍ତ୍ତି। 

ଖଜୁରାହୋ ମଧ୍ୟ ପ୍ରଦେଶର ସୁକ୍ଷ୍ମ ଚାରୁକଳା ଯହିଁ ରାଜେ

ବୋଧଗୟା କୀର୍ତ୍ତି ବିଶ୍ୱ ବିଦ୍ୟାଳୟ ନାଳନ୍ଦା ଠାରେ ବିରାଜେ।

ମମତାଜଂକର ସ୍ମୃତିରେ ଗଢିଲେ ସଉଧ ତାଜମହଲ

ଶଂଖ ମରମର ପ୍ରେମ ପରିଭାଷା କରେ ତହିଁ ଝଲମଲ ।

ହାଇଦରାବାଦ ସହରର ମାନ ଚାରମିନାର ର ଶୋଭା 

ଗୋଲକୁଣ୍ଡା ଦୁର୍ଗ ଟିପୁ ସୁଲତାନ ମହୀଶୂର୍ ବୀର ଆଭା ।

ରାଜସ୍ଥାନ ବାଲି ଗୋଲାପି ସହରେ ହାୱା ମହଲ ହାୱା

ସିସ୍ ମହଲର ଝକମକ ଜୟସଲମାର୍ କରେ ବାୟା। 

ହଳଦୀଘାଟର ଲଢେଇ ପଡିଆ ପଲ୍ଲାସୀ ଯୁଦ୍ଧର ଦମ୍ଭ 

ପଂଚ ନଦୀର ରାଇଜରେ ଜାଲିୱାନାବାଗ ସ୍ମୃତି ସ୍ତମ୍ଭ ।

ଖୋରଧାର ବୀର ନୁହେଁ ନତଶିର ପାଇକ ବିଦ୍ରୋହ ସ୍ମୃତି

ରକ୍ତ ତୀର୍ଥ ଇରମ ଇଂଚୁଡି ଲବଣ ପାଇଁ ଆହୁତି। 

କୋଣାର୍କର ସୂର୍ଯ୍ୟ ମନ୍ଦିର ଜଗନ୍ନାଥ ଧାମ ଲିଙ୍ଗରାଜ

ରାଜା ରାଣୀ ଖଣ୍ଡଗିରିର ଭାସ୍କର୍ଯ୍ୟ ଚକିତ କରଇ ଆଜ।

ହୀରକ ତ୍ରିଭୁଜ ଲଳିତଗିରି ଉଦୟଗିରି ରତ୍ନଗିରି

ବଉଧ କୀର୍ତ୍ତିର ସମୁନ୍ନତ ସୌଧ ନାଳନ୍ଦାର ସମ ସରି ।

ଶିମିଳିପାଳର ଜୈବ ମଣ୍ଡଳ ଚିଲିକାର ବିବିଧତା

ଭିତରକନିକା ଅଭୟାରଣ୍ୟରେ କୁମ୍ଭୀର କାଢିଛି ମଥା।

ନନ୍ଦନ କାନନ ଧଳା ବାଘ ସିଂହ ସଫାରୀ ଝୁଲନ୍ତା ପଥ

ହୀରାକୁଦ ଦୀର୍ଘତମ ନଦୀବନ୍ଧ ଡୁଡୁମା ଜଳ ପ୍ରପାତ ।

ଐତିହ୍ୟ ଭରା ଜନନୀ ଭାରତ ପଦ୍ମ ଦଳର ସମ 

ଉତ୍କଳ ତହିଁ ଦଳରେ କେଶର ଚାରୁକଳା କୋଟିକମ ।

ବିଦେଶର କେତେ ଲୁଣ୍ଠନକାରୀ ମାମୁଦ୍ ମହମଦ୍ ଘୋରୀ

ସିକନ୍ଦର ଆଦି ବହିନେଲେ ଦେଶୁ ମହା ସମ୍ପଦ ଶିରି ।

ତଥାପି ଏ ଦେଶ ଲାଲକିଲ୍ଲା ଠାରେ ପାଳେ ରାଜପଥ ପରେ

ବଖାଣେ ତାହାର ଶୌର୍ଯ୍ୟର କାହାଣୀ ଐତିହ୍ୟ କି କେବେ ମରେ !!



Rate this content
Log in

Similar oriya poem from Inspirational