ଉତ୍କଳ
ଉତ୍କଳ
ମନ୍ଦିରରେ ପରିପୂର୍ଣ୍ଣ ସବୁ ତୁମରି ସହର ,
ସେଥିପାଇଁ ପ୍ରସିଦ୍ଧ ପୁଣି ତୁମ ଭୁବନେଶ୍ୱର ।
କି ରୂପ ସୌନ୍ଦର୍ଯ୍ୟ ରଖିଛୁ ତୁ ସତେ ,
ପ୍ରଥମ ଚାଲାକ ସହର ଦିଆଗଲା ତତେ ।
ସୁନ୍ଦର କାରୁକାର୍ଯ୍ୟ ଅଟେ ମନୋହର ,
ଐତିହ୍ୟରେ ଭରା ତୁ ଅଟୁ ଶ୍ରୀମନ୍ଦିର ।
ପୁରୀ ବୋଲି କହିଦେଲେ ନାଚିଉଠେ ମନ,
ମହୋଦଧି କୂଳେ କୂଳେ ଯାଏ ଘନ ଘନ ।
ସପ୍ତାଶ୍ଚର୍ଯ୍ୟ ମଧ୍ୟେ ପାଇଛୁ ତୁ ସ୍ଥାନ ,
ଅର୍କକ୍ଷେତ୍ର ଅଟେ ଯାର ନାମ ଅନ୍ୟତମ ।
କି ପବିତ୍ର ମାଟି ରଖିଛୁ ତୁ ଧଉଳି ସ୍ତୂପ ,
ଚଣ୍ଡାଶୋକ ଅଶୋକଙ୍କୁ କଲା ଧର୍ମାଶୋକ ।
କୋରାପୁଟେ ପର୍ବତର ମାଳା ରଖିଛୁ ସାଇତି ,
ବୁଲିଗଲେ ଯେଉଁଥରେ ମିଳେ ଅହେତୁକ ଶାନ୍ତି ।
ପ୍ରସିଦ୍ଧ ଅଟଇ ତୋର ପାରାଦୀପ ବନ୍ଦର ,
କେତେ ଆଦାନ ପ୍ରଦାନ ହୁଏ ଦୀପ ଦିପାନ୍ତର ।
ହେ ଉତ୍କଳ ! ଧନ୍ୟ ତୁମେ ଧନ୍ୟ ତୁମ ଐତିହ୍ୟ ,
କେତେ ଦୂରୁ ପର୍ଯ୍ୟଟକ ଆସନ୍ତି ହୋଇ ଆଗ୍ରହ ।