STORYMIRROR

Bandana Dairy

Others

3  

Bandana Dairy

Others

ଶ୍ରେଷ୍ଠ ସୃଷ୍ଟି

ଶ୍ରେଷ୍ଠ ସୃଷ୍ଟି

1 min
351



କୋମଳଠୁ କୋମଳ ପବିତ୍ରଠୁ ପବିତ୍ର ,

କ୍ଷଣିକରେ ହୋଇଯାଏ ସଭିଁଙ୍କ ମିତ ।

ଅଗମାନେ ଖେଳିଯାଏ ଖୁସିର ଲହରୀ ,

ଆସିବାର ଆଗରୁ ବହୁତ ଆଶା ସବୁରି ।

କ୍ରନ୍ଦନର ସ୍ୱର ଲାଗେ ସଂଗୀତଠୁ ମଧୁର ,

ଉପସ୍ଥିତେ ତୁମ ଲାଗେ ଘର ପରିପୂର ।

କି ମାୟା ରଚୁ ତୁହି ହୋଇ ଆଗମନ ,

ହସରେ ତୁ ଭଲ କରୁ କେତେ ଦୁଃଖୀ ମନ ।

ମନଦୁଃଖ କରେନି କି କରେନି ଅଭିମାନ ,

ମା ତୋର ଭୁଲିଯାଏ କିବା ରାତି କିବା ଦିନ ।

ନୟନର ତାରା ତୁହି ଦିନର ଖରା ,

ତୋରି ଚିନ୍ତା ପିତା କରେ ଦିନ ରାତି ସାରା ।

ଭୁଲିଯାଏ ଭୋକଶୋଷ ହୁଏ ନାହିଁ ନିଦ ,

ଦେହ ଟିକେ ଖରାପ ହେଲେ କେଉଁ ଦିନ ।

କୋମଳମତି ପ୍ରାଣୀ ତୁହି ସଭିଁଙ୍କର ପ୍ରିୟ ,

କି ନାମେ କହିବି ତତେ ଶିଶୁ ତୋର ପରିଚୟ ।


Rate this content
Log in