Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bandana Dairy

Romance Tragedy Others

3.9  

Bandana Dairy

Romance Tragedy Others

ଶସ୍ତା ଅଶ୍ରୁ

ଶସ୍ତା ଅଶ୍ରୁ

1 min
68



   ଅଶ୍ରୁ ତ ଅଶ୍ରୁ ପୁଣି ଶସ୍ତା କଣ ବୋଲି ମନେ ଆସେ ପ୍ରଶ୍ନ, 

  ଯେବେ ତୁମ ଛବି ଆସେ ମନେ ଦୂର ହୁଏ ସବୁ ଆଲୋଡନ |

  ଶସ୍ତା ପରିବାଠୁ ହୀନ ୟାର ନଥାଏ କୌଣସି ମୂଲ୍ୟ ,

  ଏହା ଚୀର ସବୁଜ ସାଗରର ବକ୍ଷରେ ଲବଣ ଜଳ ତୂଲ୍ୟ |

  ଆଜି ବି ମାନେ ଅଛି ମୋର ତୁମ ପାଇଁ ପ୍ରଥମ ଅଶ୍ରୁ ଦିନ ,

 ଆହା ଆହା ବୋଲି କହି କେତେ ବିଚଳିତ ଥିଲା ତୁମ ମନ |

 ମନେ ହେଉଥିଲା ଯେପରି ଅଶ୍ରୁତ ନୁହେଁ ତାହା ତୁମ ପ୍ରେମ ,

ଯାହା ପାଇଁ ଥିଲ ବିଚଳିତ ଆଉ ମଧ୍ୟ ହେଲ ମ୍ରିୟମାଣ |

କେତେ ଆଦରରେ ତୁମେ ପୋଛିଦେବ କହି କରିଥିଲ ଗେଲ ,

ମନେ ହେଲା ଯେପରି କେତେ ଜନ୍ମପୁଣ୍ୟର ମିଳିଛି ଆଜି ମୂଲ |

ଦୁନିଆର ସବୁ ସୁଖ ଲାଗିଲା ତୁଚ୍ଛ ତୁମ ଆଦରରେ ,

ଯେପରି ସ୍ୱର୍ଗ ଆସି ପହଞ୍ଚିଛି ମୋରି ନିକଟରେ |

କେତେ ଆଶା ,କେତେ ଖୁସି ,କେତେ ସ୍ବପ୍ନ ଆସି ହେଲା ଠିଆ ,

ଚାରି ଆଡୁ ବୋହିବାକୁ ଲାଗିଲା ଯେପରି ଚଇତିର ମଧୁର ବାଆ |

ବଢିଚାଲେ ରାତି ଆଉ ବଢିଚାଲିଲା ଦିନ ସେପରି ବଢ଼ିଲା ଅଶ୍ରୁର ପରିମାଣ ,

ହେଲେ ବଢ଼ିଲା ନାହିଁ ଅଶ୍ରୁ ପ୍ରତି ତୁମର ସେହି ପ୍ରେମ ଭରା ଆଦର ସଂମାନ |

ବ୍ୟସ୍ତ ଆଉ ହେଲ ନାହିଁ ହେଲ ନାହିଁ ବିବ୍ରତ ,

ଅଶ୍ରୁ କେବଳ ହୋଇ ରହିଗଲା ମୋର ମିତ |

ଆଜି କିନ୍ତୁ ଅଶ୍ରୁ ବହେ ଘନ ଘନ ସତେ କି ଅବୁଝା ଶାବକ ,

ଜାଣି ମଧ୍ୟ ତାର ଆଉ ନାହିଁ କେହି ମିତା ନାହିଁ ଶୁଭ ଚିନ୍ତକ |

ଆରେ ମୋର ନୟନର ସ୍ରୋତ , ପ୍ରିୟର ଅଶ୍ରୁ କାହିଁ ହେଉ ଏତେ ଅଝଟ ,

କାହିଁ ହେଉ ଏତେ ଛନ ଛନ କେହି ନାହିଁ ରୋକିବାକୁ ତାର ବାଟ |

ଶୁଣି ଅଶ୍ରୁ କହୁ ଅଛି କାହିଁ ମତେ ରୋକୁ ଅଛୁ ହୋଇ ଏତେ ବ୍ୟସ୍ତ ,

ମୁଁ ଯେ କେବଳ ତୁମ ହୃଦୟ ଦୁଃଖ ଚାହେଁନା ମୁଁ ଅନ୍ୟ କାହା ସ୍ପର୍ଶ |


Rate this content
Log in

Similar oriya poem from Romance