STORYMIRROR

Bandana Dairy

Others

4  

Bandana Dairy

Others

ଅଚିହ୍ନା ଚିହ୍ନା

ଅଚିହ୍ନା ଚିହ୍ନା

1 min
383

ଆଜି ନୁହେଁ କଲି ନୁହେଁ କଥା ବହୁ ପୁରୁଣା,

ତୁମ ପାଇଁ ମୁଁ ଆଉ ମୋ ପାଇଁ ତୁମେ ଅଚିହ୍ନା |

ମନେ ପଡେ ସେ ପ୍ରଥମ ଦିନର ନିଆରା ଅନୁଭୂତି ,

ସାଉଁଟି ମୁଁ ଯେବେ ଦିଏ ପାଏ ବହୁ ସ୍ମୃତି |

ତାଳମେଳ ହୀନ କଥା ହୃଦୟେ କରିଲା ସ୍ପନ୍ଦନ,

ଭାବି ମୁଁ ନଥିଲି ଯେ ଦିନେ ହୋଇବ ବନ୍ଧନ |

କେଇପଦ କଥାରେ ଯେବେ ପଛକୁ ଫେରିଲି,

ହୃଦୟର କୋଣରେ କିଛି ଅନୁଭବ କଲି |

ନଥିଲି ତୁମର ବନ୍ଧୁ କି ନଥିଲା ବନ୍ଧନ ,

ଭାବୁଛି କେମିତି ଟାଣି ନେଲ ମୋର ମନ |

ବିତିଗଲା ଦିନ ଆଉ ଗଡ଼ିଗଲା ରାତି ,

ସେପରି ବଢ଼ିଲା ପ୍ରେମ ଆଉ ପ୍ରୀତି |

ଅଚିହ୍ନା ମୁଁ ନୁହେଁ ଜମା ତୁମ ପାଇଁ ,

ସୁନ୍ଦର ଏ ଦୁନିଆ ଗଢ଼ିଛି ତୁମକୁ ନେଇ |

ଅଚିହ୍ନା ନୁହେଁ କେଉଁ ଦୀର୍ଘସ୍ଥାୟୀ ପରିଚୟ ,

ଗଡ଼ିଜଣେ ଏହା ମଧ୍ୟ ବହୁ ସୁନ୍ଦର ବନ୍ଧନ |


Rate this content
Log in