ଶୀତ ସ୍ପର୍ଶ
ଶୀତ ସ୍ପର୍ଶ
କାକରର ପ୍ରତିବୁନ୍ଦା ହୋଇଯାଏ ସୁବର୍ଣ୍ଣ
ବୃତ୍ତ ,
ଧବଳ ଚାଦର ଅଝଟ ଶିଶୁ ପରି ହୁଏ
ଅଣାୟତ ।
ଅବାଧ ପ୍ରାଣୀ ପରି ଅଳସୁଆ କରିଦିଏ
ଉଷା ,
ସତେ ଯେପରି ଶୟନରତ ହୋଇ
ନିଶା ।
ଧବଳର ଧୂଆଁ ହୋଇଯାଏ
ଆଚ୍ଛାଦିତ ,
ପ୍ରଥମ ସକାଳ କିରଣ ପ୍ରାଣ କରେ
ଅମୋଦିତ ।
ନାଲି ,ନୀଳ,ହରିତ ଫୁଲ ଫୁଟେ ହୋଇ
ନାନାଦି,
ସୁନ୍ଦର ମନୋରମ ଦୃଶ୍ୟ କରେ କୀଟ ଜାତି
ଜାତି।
ଅତୀବ ସୁନ୍ଦର! ଅତି ମନୋହର!ତୁମେ ପ୍ରାତଃ ,
ତୁମେ ସାୟଂ,ନାହିଁ କଳା ଯା ସୌନ୍ଦର୍ଯ୍ୟର ,
ନାହିଁ ପଟାନ୍ତର,
ଶୀତର ସକାଳ ତୁମେ ହୃଦୟର ଅତି ଆପଣାର ।