ଦୁହିତା
ଦୁହିତା
ଜନ୍ମ ଯେବେ ହେଲି ମୁହିଁ ହୋଇ ଗୋଟେ ଝିଅ ,
କେ କହେ ବୋଝ ପୁଣି କହେ କିଏ ମାରି ଦିଅ |
ଖୁସି ଅଟେ ଅଲୋଡ଼ା ନୁହେଁ ମିଷ୍ଟାହ୍ନର ଆବଶ୍ୟକ ,
ବ୍ୟତିକ୍ରମ ଯଦି ହୁଏ ସଭିଏଁ ହୁଅନ୍ତି ଚାତକ |
ବୋଝ ବୋଝ ବୋଲି ଶୁଣି ବଡ ହେଲି ,
ଖାଦ୍ୟରେ ମୋ ଅଧିକାର ପଛ ବୋଲି ମାନିଲି |
ଘରକାମ କରିବି ମୁଁ କର୍ତ୍ତବ୍ୟ ମୋ ଜନ୍ମଗତ ,
ନାହିଁ ସ୍ୱାଭିମାନ ମୋର ଯାହା ସମାଜର ମତ |
ଭାଇ ମୋର ଖାଇସାରି ଉଠେ ଛାଡି ଥାଳି ,
ମୁଁ ଯଦି ଉଠିଯାଏ ତେବେ ଶୁଣାଇ ଯେ ଗାଳି |
ଏହା ତ କେବଳ ଗୋଟିଏ ଝିଅର ଚରିତ ,
ବୋହୂର ସଂଘର୍ଷ ଶୁଣି ମୁଣ୍ଡେ ଦେଲି ହାତ |
ଦୁଇପଦ ମିଠା କଥା କେହି ନ ଶୁଣାନ୍ତି ,
କର୍ତ୍ତବ୍ୟ ନାମରେ ସବୁ ଉପଦେଶ ଦିଅନ୍ତି |
ମାନ ତ ଦୂରେ ଥାଉ ସମ୍ମାନ ସବୁ ସ୍ବପ୍ନ,
ତାର ନାମେ ଲେଖା ଘରର ସବୁ କାମ |
ଲାଘବ କରିବାକୁ କଷ୍ଟ ଯଦି କରିବ ଶୟନ ,
ଘୃଣାରେ ସଭିଁଙ୍କ ମୁଖ ପଡିବ ମଳିନ |
ଏଇତ ଆରମ୍ଭ ଖଟା ମିଠାର ଏ ଜୀବନ ,
ସରିଛି ନା ସରିବ ସୁତାର ଏ ସଂଘର୍ଷ |