Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bandana Dairy

Romance

3  

Bandana Dairy

Romance

କ୍ଷମା

କ୍ଷମା

1 min
408


ଲେଖିବାକୁ ଇଛା ଅଛି ତୁମ ପାଇଁ ଆଜି ,

ପଢିବାକୁ ହୁଅ ଅବା ନ ହୁଅ ତୁମେ ରାଜି ।

ତୁମେ ଛାଡି ଗଲ ମତେ ଚାଲି ବହୁ ଦୂର ,

ତୁମ ବିନା ସବୁ କିଛି ଲାଗେ ସାତ ପର ।

ଦୁନିଆର ସବୁ ଖୁସି ଛାଡି ମୁଁ ପାରିବି ,

ହେଲେ ତୁମ ବିନା ଏକା କେମିତି ରହିବି ।

ଯିବାର ଥିଲା ଯଦି ଏତେ ଦୂରକୁ ମୋର ,

ପାଖକୁ ଆସି ତୁମେ କାହିଁ କଲ ନିଜର ।

ଜାଣି ନାହିଁ ପ୍ରେମର ସଂଜ୍ଞା କି ପରିଣାମ ,

ଜାଣିଛି ପ୍ରେମର ମାନେ ତୁମେ ହିଁ କେବଳ ।

ଝୁରି ଝୁରି ଦିନ ଗଲା ବିତି ଯାଏ ରାତି ,

ପ୍ରଥମ ପ୍ରେମର ଭାବନା ଏ ଭୁଲିବି କେମିତି ।

ସାଙ୍ଗ ହୋଇ କାଟି ଥିବା ମୁହୂର୍ତ ମାନେ ପଡୁଅଛି ,

ରାଗି ରୁଷି କେତେ ଅଳି କରୁଥିଲି ହୋଇ ମିଛି ମିଛି ।

ରାଗ ରୁଷା ସହି ନ ପାରିଲା କି ହୋଇଲ ହତାଶ ,

ଏକା କରି ଚାଲିଗଲ ହୋଇଲି ଯେ ବିବଶ ।

କ୍ଷମା କରିଦିଅ ମତେ ହୋଇ ସହୃଦୟ ,

ଫେରି ଆସ ମୋ ପାଖକୁ ହେବ ପ୍ରେମର ଜୟ ।

କଥା ହେଉ ଅଛି କରିବିନି କେବେ ତୁମକୁ ନିରାଶ ,

ନିଜର ପ୍ରେମିକାକୁ କ୍ଷମା କରି ଫେରି ଚାଲିଆସ ।


Rate this content
Log in

Similar oriya poem from Romance