ଅନୁତାପ
ଅନୁତାପ


ବାପା ତୁମେ ମୋର ଅତି ନିଜର ,
ଜାଣୁ ଜାଣୁ ହୋଇଗଲି ବହୁତ ଦୂର ।
କାହିଁକି ମୁଁ ଭାବୁଥିଲି ଏମିତି ଏପରି ,
ଫେରିବି ଭାବୁଛି ମୁଁ କେମିତି କିପରି ।
ଶ୍ରୀଫଳ ଆବରଣ ପରି କରିଲ ସୁନ୍ଦର ,
ଯାହାକୁ ମୁଁ ଭାବୁଥିଲି କେବଳ ଦୂରର ।
ପିତାର ଛାଟ ଅଟେ ଭବିଷ୍ୟତ ଦ୍ୱାର ,
କରିବାକୁ ଚାହୁଁଥିଲ ପଥ ସୁନ୍ଦର ।
ଭାବିଲି ଖରାପ ବୋଲି ହୋଇଲି ଏପରି ,
ଜାଣିବାକୁ ତୁମକୁ ବିଳମ୍ବରେ ପାଇଲି।
ମନେ ମନେ କାନ୍ଦୁଛି ତୁମ ପାଇଁ ବାପା ,
ଅଗ୍ରାହ୍ୟ କରିଲି ବୋଲି ତୁମ ବହୁ କଥା ।
ମନର ପ୍ରତେକ କୋହ ଖୋଜୁଛି ତୁମକୁ ,
ଫେରିବି କେମିତି ଭାବୁଛି ପଛକୁ ।
ବାପା ! ବାପା ! ବାପା ! ଆଜି ଡାକେ ତୁମ ଝିଅ ,
ପାରିବ ଯଦି ଟିକେ କ୍ଷମା କରିଦିଅ ।