ସ୍ୱର୍ଗ
ସ୍ୱର୍ଗ
ଭୂସ୍ଵର୍ଗ ଅଟଇ ନାହିଁ ତାର କଳନା,
ନାହିଁ ସେଠି ମିଛ ନ ଥାଏ ଛଳନା |
ଭୂମିରେ ପଡିଲେ ପାଦ ହୁଅଇ ପବିତ୍ର ,
ସବୁ ସେଠି ଅଟନ୍ତି ଯେ ସଭିଁଙ୍କର ମିତ |
ଆହା କି ଆନନ୍ଦ ସେ ଅପୂର୍ବ ପବନ ,
ଭୁଲିଯାଏ ସବୁ କିଛି ଦୁଃଖ ଏହି ମନ |
ମା ମୋର ଗଢିବାରେ ରଖିନି ପଟାନ୍ତର ,
ବାପାଙ୍କ ଆକଟ କରେ ସଭିଁଙ୍କୁ ହୁସିଆର |
ରୋଷେଇ ଘରଟି ମୋର ସ୍ୱାଦର ଗନ୍ତାଘର ,
ଭଳିକି ଭଳି ଖାଦ୍ୟରେ ହୁଏ ପରିପୂର |
ଭାଇ ଭଉଣୀର ସେ ବିଲେଇ ମୂଷା କଳହ ,
କି ସୁନ୍ଦର ବୋଉର ମୋ ସ୍ୱାର୍ଥହୀନ ସ୍ନେହ |
ଘର ବୋଲି ଆଖ୍ୟା ଦିଏ ଦୁନିଆ ଯାହାକୁ ,
ସେ ଯେ ଅଟେ ଆମ ପାଇଁ ବଳିକି ସ୍ୱର୍ଗଠୁ |