STORYMIRROR

Beenapani Seth

Inspirational

3  

Beenapani Seth

Inspirational

ଐତିହ୍ୟ- ପରମ୍ପରା

ଐତିହ୍ୟ- ପରମ୍ପରା

1 min
300

ଆମ ଐତିହ୍ୟ

ଆମ ପରମ୍ପରା

ସଦା ଗାଉଥାଏ ପୂର୍ବପୁରୁଷଙ୍କ ମହିମା

ରଜା ଙ୍କ ଶାନ୍ତିପୂର୍ଣ୍ଣ ଶାସନ

ସୁକ୍ଷ୍ମ କାରୁକାର୍ଯ୍ୟ ର ଗାରିମା

ମହାନ ବ୍ୟକ୍ତିଙ୍କ ଦେଶ ଜାତି ପାଇଁ

ତିଳ ତିଳ ହୋଇ ଜୀବନ ଉସର୍ଗ କରିବା

ଐତିହ୍ୟ ର ଏକ

ସ୍ୱଚ୍ଛ ନିର୍ମଳ ପ୍ରତିଛବି ଦର୍ଶାଇବା

ଦେଶ ଓ ଜାତି ପାଇଁ ଗୌରବ ଆଣି ଦିଏ ରେ

ଯୁବପିଢିଙ୍କୁ ଉତ୍ସାହ ର ସହିତ

ଆଗକୁ ବଢ଼ିବାର ପ୍ରେରଣା ଦିଏ ରେ

ଐତିହ୍ୟର ସୁରକ୍ଷା

ଦେଶର ସୁରକ୍ଷା

ଜୀବନର ଏହା ହେଉ ପରମ ଦୀକ୍ଷା

ମିଳିମିଶି ହାତ ବଢ଼େଇ

ଐତିହ୍ୟ, ପରମ୍ପରାକୁ ଆଗେଇ ନେବା

ଦେଶ ପାଇଁ ନୂତନ

ଐତିହ୍ୟ ସୃଷ୍ଟି କରିବା.......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational