ବନ୍ଧୁତ୍ୱ ର ପରିଭାଷା
ବନ୍ଧୁତ୍ୱ ର ପରିଭାଷା
1 min
479
ବନ୍ଧୁତ୍ୱର ପରିଭାଷା
ସଭିଙ୍କୁ ଜଣା
ପ୍ରେମ, ଭାତୃତ୍ୱର ମିଳନରେ
ବନ୍ଧୁତ୍ୱ ହୋଇଯାଏ ଦୁଇଗୁଣା
ପରସ୍ପର ପ୍ରତି ବିଶ୍ୱାସ
ସୁସଙ୍ଗତ ର ମିଶ୍ରଣରେ
ହସଖୁସିର ଆସର ଜମିଯାଏ
ହୃଦୟର କୋଣ ଅନୁକୋଣରେ
ବନ୍ଧୁର ବନ୍ଧୁତ୍ୱ
ପ୍ରେମ ନିଶାଠୁ ବି ବଳିୟାନ
ଜୀବନର କଣ୍ଟକିତ ପଥେ
ସାଜେ ସେ ମହୀୟାନ
ଶାନ୍ତ, ସରଳ ଭାବରୁ ଉତ୍ପତ୍ତି
ଥଟ୍ଟା ମଜା ପରିହାସରେ ସମାପ୍ତି
ହୃଦୟର ମଜବୁତ ଡ଼ୋରଟେ ସେ
ମନର ଭାବନାରୁ ତାର ଉତ୍ପତ୍ତି
ସାରା ସଂସାର ରେ
ସବୁଠୁ ସୁନ୍ଦର
ବନ୍ଧୁତ୍ୱ ର ମୂଲ୍ୟ
ଅତି ମନୋହର
