Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Beenapani Seth

Fantasy Others

3  

Beenapani Seth

Fantasy Others

ଶୀତ ସକାଳ

ଶୀତ ସକାଳ

1 min
495


ଶୀତ ସକାଳର କାକର ବିନ୍ଦୁରେ

ସୂରୁଜର ପହିଲି କିରଣ ଝଲସେ

ଗେଣ୍ଡୁ, ସେବତୀ, ଗୋଲାପ ଫୁଲ ସୁଗନ୍ଧେ

ଚତୁର୍ପାର୍ଶ୍ୱ ମହ ମହ ବସେ ।

ଶୀତ ଥର ଥର ଦେହେ

ପୋଖରୀ ତୁଠରୁ ଗାଁ ଦାଣ୍ଡ ଯାଏ

ଚଦର, କମ୍ବଳ ଘୋଡା ମୁହେଁ

ଆଳସ୍ୟ ସ୍ପଟ ବାରି ହେଉଥାଏ

ଗାଁ କିଆରୀ ରେ ସୁନାର ଧାନ ଫସଲ

ଲହରୀ ମାରି ହସୁଥାଏ ।

କାଶତଣ୍ଡୀ ଫୁଲେ ରାସ୍ତାର ଦୁଇପାର୍ଶ୍ଵ

ଅତି ମନଲୋଭା ଦିଶୁଥାଏ

ପୋଖରୀରେ କଇଁ, ପଦ୍ମ ଫୁଟି

ଚିତ୍ରକର ତୁଳୀ ରେ ହୃଦୟସ୍ପର୍ଶୀ ଚିତ୍ର ଆଙ୍କୁଥାଏ ।

କୁହୁଡ଼ିଆ ରାସ୍ତାରେ ଚାଲୁ ଚାଲୁ

ପିଲାଦିନ କଥା ମନେପଡିଯାଏ

କାକର ବିନ୍ଦୁରେ ବୁଲିବାପାଇଁ

ମନରେ କେତେ ଉନ୍ମାଦ ଭରିଥାଏ।

ସାଂଗମେଳେ ଚା ର ଖଟି

ଭିନ୍ନ ଆସର ଜମାଉଥାଏ

ଶୀତ ସକାଳରେ ଶୀତର ଲହରୀ

ସୁରୁଜ ଆଗମନେ

ଧୀରେ ଧୀରେ ଫିକା ପଡୁଥାଏ ।



Rate this content
Log in

Similar oriya poem from Fantasy