STORYMIRROR

Beenapani Seth

Others

3  

Beenapani Seth

Others

ଆଜି ମୁଁ ଅଚିନ୍ହା ମଣିଷ

ଆଜି ମୁଁ ଅଚିନ୍ହା ମଣିଷ

1 min
134

ଅଚିହ୍ନା ମଣିଷଟେ 

ଆଜି ମୁଁ ପାଲଟିଛି 

ପ୍ରେମର ସାଗରରେ 

ଉବୁଟୁବୁ ହେଉଛି 

ନାହିଁ ମୋର କୂଳ କି କିନାରା 

ନା ଅଛି ମୋ ପାଖେ ତୁମ ଆଶରା 

ହୃଦୟବିହୀନ ମଣିଷଟେ ସାଜିଛି 

ପ୍ରତି ମୁହୂର୍ତ୍ତରେ ତୁମକୁ ଖୋଜୁଛି 

ମୋ ନିଜ ଅସ୍ତିତ୍ୱ ମୁଁ ଜାଣେନା 

ପ୍ରେମରେ ଏ କେଉଁ ନୂଆ ବାହାନା 

ଅଚିହ୍ନା, ଅଚିହ୍ନା ଲାଗୁଛି ମୁଁ ଆଜି 

ପୁଣିକେବେ ଫେରିବ ମୋ 

ପ୍ରିୟତମା ସାଜି 

ମନର ମଣିଷ 

ଆଜି ଅଚିହ୍ନା ମଣିଷ 

କାହାକୁ ମୁଁ ଦେବି ଦୋଷ 

କିଏ ମୋର ସର୍ବସ୍ବ......... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍