ପ୍ରେମର ମନ୍ଦିର ମୋର ଏଇ ଘର
ପ୍ରେମର ମନ୍ଦିର ମୋର ଏଇ ଘର
1 min
97
ପ୍ରେମର ମନ୍ଦିର
ମୋର ଏଇ ଘର
ଅତି ଆପଣାର ସଦା
ଲାଗେ ମତେ ସରଗଠୁ ସୁନ୍ଦର
ସଙ୍ଗେ ମା, ବାପା, ଭଉଣୀ, ଭାଇ
ଖୁସିର ଲହରୀ ସଦା ଖେଳୁଥାଇ
ଘର ଚାରିପଟେ
ବଗିଚା ଖିଲି ଖିଲି ହସୁଛି
ହୀରା, ନୀଳା ଭଳି
ଫୁଲ ଫୁଟି ଶୋଭା ପାଉଛି
ଅଜା, ଆଈଙ୍କ ପ୍ରେମଭରା ପରଶ
କାକା, ଖୁଡିଙ୍କ ସ୍ନେହଭରା ହରଷ
ନିତି ଭାଗବତ ପାଠ ଘର ମନ୍ଦିରରେ
ସତ ପଥେ ଚାଲିବା ପାଇଁ
ପ୍ରେରଣା ଦିଏରେ
ସାଙ୍ଗ ହୋଇ ମିଳିମିଶି ରହିବାରେ
ସୁଖ ଦୁଃଖ ପରସ୍ପର
ସହିତ ବାଣ୍ଟିବାରେ
ପରମ ତୃପ୍ତି ମିଳେରେ
ଘର ମୋର ସରଗ ପୁର ହୋଇଯାଏରେ
ସରଗଠୁ ସୁନ୍ଦର
ମୋର ଏଇ ଘର
ତା ଚାରି ପାଖେ ଲାଗେ
ସବୁ ନିଜର ନିଜର.......
