STORYMIRROR

Beenapani Seth

Others

3  

Beenapani Seth

Others

ପ୍ରେମର ମନ୍ଦିର ମୋର ଏଇ ଘର

ପ୍ରେମର ମନ୍ଦିର ମୋର ଏଇ ଘର

1 min
91

ପ୍ରେମର ମନ୍ଦିର

ମୋର ଏଇ ଘର

ଅତି ଆପଣାର ସଦା

ଲାଗେ ମତେ ସରଗଠୁ ସୁନ୍ଦର

ସଙ୍ଗେ ମା, ବାପା, ଭଉଣୀ, ଭାଇ

ଖୁସିର ଲହରୀ ସଦା ଖେଳୁଥାଇ

ଘର ଚାରିପଟେ

ବଗିଚା ଖିଲି ଖିଲି ହସୁଛି

ହୀରା, ନୀଳା ଭଳି

ଫୁଲ ଫୁଟି ଶୋଭା ପାଉଛି

ଅଜା, ଆଈଙ୍କ ପ୍ରେମଭରା ପରଶ

କାକା, ଖୁଡିଙ୍କ ସ୍ନେହଭରା ହରଷ

ନିତି ଭାଗବତ ପାଠ ଘର ମନ୍ଦିରରେ

ସତ ପଥେ ଚାଲିବା ପାଇଁ

ପ୍ରେରଣା ଦିଏରେ

ସାଙ୍ଗ ହୋଇ ମିଳିମିଶି ରହିବାରେ

ସୁଖ ଦୁଃଖ ପରସ୍ପର

ସହିତ ବାଣ୍ଟିବାରେ

ପରମ ତୃପ୍ତି ମିଳେରେ

ଘର ମୋର ସରଗ ପୁର ହୋଇଯାଏରେ

ସରଗଠୁ ସୁନ୍ଦର

ମୋର ଏଇ ଘର

ତା ଚାରି ପାଖେ ଲାଗେ

ସବୁ ନିଜର ନିଜର.......



Rate this content
Log in