STORYMIRROR

Beenapani Seth

Abstract

2  

Beenapani Seth

Abstract

ଭୋକ ଏକ ଅସହ୍ୟ ଯନ୍ତ୍ରଣା

ଭୋକ ଏକ ଅସହ୍ୟ ଯନ୍ତ୍ରଣା

1 min
226

ଭୋକ,

ଏକ ଅସହ୍ୟ ଯନ୍ତ୍ରଣା

ପେଟରୁ, ମନର ଚିନ୍ତାଧାରାରୁ ଏହାର ସୃଷ୍ଟି

ନିର୍ଭର କରେ ବ୍ୟକ୍ତିର ଦୃଷ୍ଟି

କାହାକୁ ପେଟର ଭୋକ

ତ କାହାକୁ ମନର ଭୋକ

କିଏ ପେଟର ଜ୍ୱାଳା ମେଣ୍ଟାଇବା ପାଇଁ

ଖାଦ୍ୟ ଟିକକ ପାଇଁ ଆଉଟୁ ପାଉଟୁ

ତ କିଏ ବ୍ୟସ୍ତ ସାରା ଜୀବନ

ବିକାରଗ୍ରସ୍ତ ଚିନ୍ତାଧାରା, ଲୋଭ,

ମୋହ, ସାଉଟୁ ସାଉଟୁ

ଦୁଃଖ, ଦୁର୍ଦ୍ଦିନର ପରିଚୟ ଭୋକ

କାହା ପାଇଁ ସମ୍ଭ୍ରାନ୍ତ, ବିଳାସମୟ ଭୋକ

ଦୁନିଆରେ ବଞ୍ଚିବା ପାଇଁ ଖାଦ୍ୟ ଜରୁରୀ

କୁକର୍ମର ଭୋକ କରିଦିଏ ଆଶରୀରୀ

ଖାଦ୍ୟର ଭୋକର ରହିଛି ସମାଧାନ

ପାପୀ ମଣିଷର ଭୋକର ନାହିଁ କିଛି ଅଭିଧାନ

କିଛି ପାଇବାର ଭୋକ ମଣିଷକୁ କରିଦିଏ ଅଭିମାନୀ

ଖାଦ୍ୟ ପାଇଁ ପେଟ ଜ୍ୱାଳା ର ଭୋକ

କରିଦିଏ ମଣିଷକୁ ସ୍ୱାଭିମାନୀ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract