STORYMIRROR

Beenapani Seth

Inspirational

3  

Beenapani Seth

Inspirational

ବାପା ମୋର କେତେ ସରଳ

ବାପା ମୋର କେତେ ସରଳ

1 min
447

ବାପା,

ହୃଦୟ ର ଅତି ଆପଣାର ମଣିଷଟିଏ

ନିତି ଦିନିଆ କାର୍ଯ୍ୟବ୍ୟସ୍ତତା ଭିତରେ

ସରଳ ନିଷ୍ପାପ ବ୍ୟକ୍ତିତ୍ୱଟିଏ

ଭଲପାଇବାର ମହତ୍ୱ

ତାଙ୍କଠୁଁ ଆରମ୍ଭ

ସାରା ପରିବାର ର ବୋଝ ମୁଣ୍ଡେଇ

ଭାଙ୍ଗେ କେବେ ତାଙ୍କ ଦମ୍ଭ

ହସ ହସ ମୁଖେ ସଦା ପ୍ରସନ୍ନ

ସମସ୍ତଙ୍କୁ ଖୁସି ବାଣ୍ଟିବାରେ ପ୍ରଯତ୍ନ

ବାପା ମୋର କେତେ ସରଳ

ଜୀବନର ସବୁ ମୋଡେ ଅଟଳ

ଜୀବନ ସଂଗ୍ରାମେ କରନ୍ତି

ସାହସର ସହିତ ମୁକାବିଲା

ଦୃଢ଼ ମନୋବଳ ରଖି

ଚଳା ପଥେ ଆମ ପୁଷ୍ପ ବିଛାଇ

ସହିନିଅନ୍ତି ସବୁ ଜ୍ଵାଳା

ଶକ୍ତ ,ଅଟଳ ହୋଇ ରହିବା ପାଇଁ

ଜୀବନର ସବୁ ମୋଡେ

ଶିକ୍ଷା ଦେଇ ଚାଲନ୍ତି

ଜୀବନର ଅଙ୍କା ବଙ୍କା

ରାସ୍ତାର କଡେ କଡେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational