STORYMIRROR

Beenapani Seth

Others

3  

Beenapani Seth

Others

ପଞ୍ଚକର ମହତ୍ୱ

ପଞ୍ଚକର ମହତ୍ୱ

1 min
242

ପଞ୍ଚକର ମହତ୍ୱ

ସଭିଙ୍କୁ ଜଣା

କାର୍ତ୍ତିକ ମାସର

ଶେଷ ପାଞ୍ଚଦିନ

ଧର୍ମ ରୂପେ ଗଣା

ପଞ୍ଚକ ପାଞ୍ଚଦିନ

ଅଟେ ପୁଣ୍ୟର ଦିନ

ତୁଳସୀ ଦେବୀଙ୍କ

ପୂଜା କରିବାକୁ ମନ

ବୃନ୍ଦାବତୀଙ୍କ ଚରଣେ

ନିଜକୁ କରି ସମର୍ପଣ

ଲିପାପୋଛା କରି ମୁରୁଜ ଆଙ୍କି

ଶୁଦ୍ଧ ଜଳେ ଦେଲି ତର୍ପଣ

କାର୍ତ୍ତିକ ମାସର ପୁଣ୍ୟ ବ୍ରତ ଏହି

ପଞ୍ଚକ ବ୍ରତ ରୂପେ ଜନମାନସେ ପ୍ରସିଦ୍ଧ

ଦେବୀଙ୍କ ଅପାର କରୁଣା ମିଳେ

ସାରା ସଂସାରେ ସିଦ୍ଧ

ଆମିଷ ପରିତ୍ୟାଗ କରି

ପଞ୍ଚକ ପାଞ୍ଚ ଦିନ କରେ ଯିଏ ବ୍ରତ

ପୁଣ୍ୟର ଅଶେଷ ଫଳ ପାଇ

ସଦବୁଦ୍ଧି ହୁଏ ଜାତ

କାର୍ତ୍ତିକମାସ ଅଟେ ଧର୍ମ ମାସ

ହବିଷ୍ୟାଳୀଙ୍କ ମନରୁ

ପୋଛି ଦିଏ ସବୁ ଉଦାସ

ଭଗବାନଙ୍କ ଅତି ପ୍ରିୟ

ତୁହି ବୃନ୍ଦାବତୀ

ଜନ୍ମ ଜନ୍ମାନ୍ତର ର ପାପ ହରଣ ହୁଏ

ଭକ୍ତ ଲଭେ ଗତି ମୁକ୍ତି

ହବିଷ୍ୟାଳୀଙ୍କ ପୁଣ୍ୟ ମାସ କାର୍ତ୍ତିକ ମାସ

ସାଙ୍ଗ ହୋଇ ତୀର୍ଥ କ୍ଷେତ୍ରେ

ପଞ୍ଚକ ବ୍ରତ ପାଳନ୍ତି ବିଶେଷ

ବଡି ସକାଳୁ ଗାଧୁଆ ଆସର

ପୋଖରୀ, ନଦୀ କୂଳେ

ଆନନ୍ଦେ ବୃନ୍ଦାବତୀଙ୍କୁ ସଜାନ୍ତି ଫୁଲେ ଫୁଲେ

ବାଲୁକା ଗୀତ ଗାଇ ହରଷ ମନରେ

ଚାରିପଟେ ବୃନ୍ଦାବତୀଙ୍କ ବୁଲନ୍ତି ଖୁସିରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍