ପଞ୍ଚକର ମହତ୍ୱ
ପଞ୍ଚକର ମହତ୍ୱ


ପଞ୍ଚକର ମହତ୍ୱ
ସଭିଙ୍କୁ ଜଣା
କାର୍ତ୍ତିକ ମାସର
ଶେଷ ପାଞ୍ଚଦିନ
ଧର୍ମ ରୂପେ ଗଣା
ପଞ୍ଚକ ପାଞ୍ଚଦିନ
ଅଟେ ପୁଣ୍ୟର ଦିନ
ତୁଳସୀ ଦେବୀଙ୍କ
ପୂଜା କରିବାକୁ ମନ
ବୃନ୍ଦାବତୀଙ୍କ ଚରଣେ
ନିଜକୁ କରି ସମର୍ପଣ
ଲିପାପୋଛା କରି ମୁରୁଜ ଆଙ୍କି
ଶୁଦ୍ଧ ଜଳେ ଦେଲି ତର୍ପଣ
କାର୍ତ୍ତିକ ମାସର ପୁଣ୍ୟ ବ୍ରତ ଏହି
ପଞ୍ଚକ ବ୍ରତ ରୂପେ ଜନମାନସେ ପ୍ରସିଦ୍ଧ
ଦେବୀଙ୍କ ଅପାର କରୁଣା ମିଳେ
ସାରା ସଂସାରେ ସିଦ୍ଧ
ଆମିଷ ପରିତ୍ୟାଗ କରି
ପଞ୍ଚକ ପାଞ୍ଚ ଦିନ କରେ ଯିଏ ବ୍ରତ
ପୁଣ୍ୟର ଅଶେଷ ଫଳ ପାଇ
ସଦବୁଦ୍ଧି ହୁଏ ଜାତ
କାର୍ତ୍ତିକମାସ ଅଟେ ଧର୍ମ ମାସ
ହବିଷ୍ୟାଳୀଙ୍କ ମନରୁ
ପୋଛି ଦିଏ ସବୁ ଉଦାସ
ଭଗବାନଙ୍କ ଅତି ପ୍ରିୟ
ତୁହି ବୃନ୍ଦାବତୀ
ଜନ୍ମ ଜନ୍ମାନ୍ତର ର ପାପ ହରଣ ହୁଏ
ଭକ୍ତ ଲଭେ ଗତି ମୁକ୍ତି
ହବିଷ୍ୟାଳୀଙ୍କ ପୁଣ୍ୟ ମାସ କାର୍ତ୍ତିକ ମାସ
ସାଙ୍ଗ ହୋଇ ତୀର୍ଥ କ୍ଷେତ୍ରେ
ପଞ୍ଚକ ବ୍ରତ ପାଳନ୍ତି ବିଶେଷ
ବଡି ସକାଳୁ ଗାଧୁଆ ଆସର
ପୋଖରୀ, ନଦୀ କୂଳେ
ଆନନ୍ଦେ ବୃନ୍ଦାବତୀଙ୍କୁ ସଜାନ୍ତି ଫୁଲେ ଫୁଲେ
ବାଲୁକା ଗୀତ ଗାଇ ହରଷ ମନରେ
ଚାରିପଟେ ବୃନ୍ଦାବତୀଙ୍କ ବୁଲନ୍ତି ଖୁସିରେ