STORYMIRROR

Beenapani Seth

Others

3  

Beenapani Seth

Others

ଗରିବ ଜୀବନ

ଗରିବ ଜୀବନ

1 min
286

ଗରିବ ଦୁଃଖୀର

ନାହିଁ କେହି ସାଥୀ

ଜୀବନ ଡଙ୍ଗାରେ ଏକା ସେ ନାଉରୀ

ସଂସାର ରଥରେ ଏକା ସେ ସାରଥୀ

ହୃଦୟରୁ ଝରେ ଦୁଃଖର ଝରଣା

ଅଶ୍ରୁ ରୁ ବହଇ ଧାର ଧାର ଲୁହ

ଚାତକ ନୟନେ ଚାହିଁଛି ସଭିଙ୍କୁ

ସମ୍ଭାଳି ପାରୁନି ଅନ୍ତରର କୋହ

ଭୋକ ଜ୍ୱାଳାରେ ଶରୀର ସ୍ଥାଣୁ

ନିର୍ଜୀଵ ପ୍ରାୟ ପାଲଟିଛି ତେଣୁ

କିଛି ଖାଇବାର ସ୍ବପ୍ନ

ବାରମ୍ବାର ମାନସ ପଟରେ ଆଙ୍କିତ

ସତେ କି କ୍ଷୁଧା, ତୃଷ୍ଣାରୁ ମୁକ୍ତି ମିଳିବ

ମୁଠେ ଖାଇବାର ର ଆଶା ସାକାର ହେବ

ଛିଣ୍ଡା, ଚିରା କନାରେ ଜୀର୍ଣ୍ଣ ଶରୀର

ଦେହ ସାରା କ୍ଷତ ଗଭୀର

ଗରିବ ଦୁଃଖୀରଙ୍କି ଙ୍କ ଜୀବନ

ସାଗର ର ବିଚଳିତ ଢେଉ ସଙ୍ଗେ ସମାନ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍