ମୋ ବୋଉ
ମୋ ବୋଉ
ମୋ ସୁଖ ଦୁଃଖ ରେ ଯିଏ ପାଖେ ରହିଥାଏ
ସେ ତ ମୋ ବୋଉ
ଯିଏ ନିଜେ କାନ୍ଦି ମୋତେ ହସାଉଥାଏ
ସେ ତ ମୋ ବୋଉ
ନିଜେ ଉପବାସ ରହି ଯିଏ ମୋତେ ଖୁଆଏ
ସେ ତ ମୋ ବୋଉ
ଯିଏ ତା ପଣତରେ ସଦା ଘୋଡାଇ ରଖିଥାଏ
ସେ ତ ମୋ ବୋଉ
ମୋ ପାଇଁ ଯିଏ ଶୁଭ ମନାସୁଥାଏ
ସେ ତ ମୋ ବୋଉ
ମୋ ମନ ଜାଣି ଯିଏ ରାନ୍ଧି ପରସି ଦିଏ
ସେ ତ ମୋ ବୋଉ
ଯିଏ ଆମ ଘର ପାଇଁ ସବୁ ତ୍ୟାଗ କରି ଥାଏ
ସେ ତ ମୋ ବୋଉ
ଯା ଠାରୁ ଦିନେ ଦୂର ହେଲେ ଆତ୍ମା
କାନ୍ଦୁ ଥାଏ
ସେ ତ ମୋ ବୋଉ
ଯିଏ ଆମ ଜନ୍ମଦାତ୍ରୀ ହୋଇ ଆସି ଥାଏ
ସେ ତ ମୋ ବୋଉ
ଆମ ପାଇଁ ଯିଏ ସବୁ କଷ୍ଟ ସହି ଥାଏ
ସେ ତ ମୋ ବୋଉ
ଆମ ଭଲ ମନ୍ଦ କଥା ସବୁ ଯିଏ ଜାଣିଥାଏ
ସେ ତ ମୋ ବୋଉ
ଅବାଟ କୁ ଗଲେ ଯିଏ ବାଟ ଦେଖାଇ ଦିଏ
ସେ ତ ମୋ ବୋଉ
ମୋ ପାଇଁ ଯିଏ ଦେବତା ପୂଜା କରୁଥାଏ
ସେ ତ ମୋ ବୋଉ
ଯା ବିନା ଜୀବନ ଶୂନ୍ୟ ଲାଗୁଥାଏ
ସେ ତ ମୋ ବୋଉ
ଯିଏ ପ୍ରତି କ୍ଷେତ୍ର ରେ ସାଥି ହୋଇଥାଏ
ସେ ତ ମୋ ବୋଉ
ମୋ ପାଇଁ ଯା ଅନ୍ତର ସଦା କାନ୍ଦୁଥାଏ
ସେ ତ ମୋ ବୋଉ
ନିଜ ଜୀବନଠୁ ଅଧିକ ଯିଏ ଭଲ ପାଉଥାଏ
ସେ ତ ମୋ ବୋଉ
ଯିଏ ମୋତେ ଶାନ୍ତି ସୁଖ ଦେଇଥାଏ
ସେ ତ ମୋ ବୋଉ
