STORYMIRROR

Kalandi pal

Inspirational

3  

Kalandi pal

Inspirational

ବାଟ ଯେ ଅନେକ

ବାଟ ଯେ ଅନେକ

1 min
152

ପଥ ଯେ ଅନେକ ପଡ଼ିଅଛି ଦେଖ

   କିଏ ସିଧା କିଏ ବଙ୍କା

ଏକା ଏକା ଏଠି  ଚାଲିବାକୁ ହୁଏ

   ନାହିଁ ସହୋଦର ସଖା

 ଏକା ସହା ଜଗନ୍ନାଥ ଏକା ।0।


ପଥ ଦୁଇ ପାଶେ ନାନା ଫୁଲ ହସେ

  ବାସ ତାର ଚହଟାଇ

ବାନ୍ଧେ ତା ବନ୍ଧନ ବାଟୋଇର ମନ

  ପଥଭ୍ରଷ୍ଟ କରିଦେଇ 

କେଉଁଠି ମସୃଣ  ବନ୍ଧୁର ସମାନ

  ପୁଣି କଣ୍ଟକିତ ପକ୍କା ।୧।


ଆଖି ଦେଖେ ନାହିଁ ଆଢ଼ୁଆଳେ ରହି

  ଦେଖୁଛନ୍ତି ଜଗନ୍ନାଥ

ପାଦେ ଲୟ କରି ହେଲେ ପଥଚାରି

  ବଢାଇ ଦିଅନ୍ତି ହାତ

ସେ ହାତ ପରଶେ ସବୁ ବିଘ୍ନ ନାଶେ

   ମନୁ ଘୁଞ୍ଚି ଯାଏ ଦକା ।୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational