ବାଟ ଯେ ଅନେକ
ବାଟ ଯେ ଅନେକ
ପଥ ଯେ ଅନେକ ପଡ଼ିଅଛି ଦେଖ
କିଏ ସିଧା କିଏ ବଙ୍କା
ଏକା ଏକା ଏଠି ଚାଲିବାକୁ ହୁଏ
ନାହିଁ ସହୋଦର ସଖା
ଏକା ସହା ଜଗନ୍ନାଥ ଏକା ।0।
ପଥ ଦୁଇ ପାଶେ ନାନା ଫୁଲ ହସେ
ବାସ ତାର ଚହଟାଇ
ବାନ୍ଧେ ତା ବନ୍ଧନ ବାଟୋଇର ମନ
ପଥଭ୍ରଷ୍ଟ କରିଦେଇ
କେଉଁଠି ମସୃଣ ବନ୍ଧୁର ସମାନ
ପୁଣି କଣ୍ଟକିତ ପକ୍କା ।୧।
ଆଖି ଦେଖେ ନାହିଁ ଆଢ଼ୁଆଳେ ରହି
ଦେଖୁଛନ୍ତି ଜଗନ୍ନାଥ
ପାଦେ ଲୟ କରି ହେଲେ ପଥଚାରି
ବଢାଇ ଦିଅନ୍ତି ହାତ
ସେ ହାତ ପରଶେ ସବୁ ବିଘ୍ନ ନାଶେ
ମନୁ ଘୁଞ୍ଚି ଯାଏ ଦକା ।୨।