STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଆମ ଐତିହ

ଆମ ଐତିହ

1 min
413

       

ଇତିହାସ ଏବେ ଆମରି ଐତିହ କର୍ପୁର ଯାଇଛି ଉଡ଼ି

କନା ଖଣ୍ଡକକୁ ଜାବୁଡ଼ି ଧରିଛି ଇତିହାସ ବହି ପଢ଼ି ।।


ମିଛେଖାଲି “ଗର୍ବ- କରୁଛି; ଏମିତି ଥିଲେମୋର ପୂର୍ବ ସୁରୀ

ବାହାଦୁରୀ ଖାଲି ସଗଡ,ଲଙ୍ଗଳ ସବୁ ଯାଏ ଅପସରି ।।


ଅନୁକରଣ ତ କରି ନାହିଁ ଦିନେ କରିନି ଅନୁସରଣ

ବିଗିଡି ଗଲାଣି ଜାତୀୟ ସଂସ୍କୃତି ଜାତିଗତ ମନପ୍ରାଣ ।।


ଖାଲିରେ ଡିଣ୍ଡିମ ପିଟି କହେ କରେ ଐତିହ ସଂସ୍କରଣ

ଭାଙ୍ଗିରୁଜି ଦେଇ ଏକାଠି କରୁଛି ହେବ ଜାତି ଜାଗରଣ ।।


ସଂସ୍କରଣ ନାମେ ହନନ କରୁଛି ଜାତୀୟ ଐତିହଯେତେ

ବିଦେଶେ ଚାଲାଣ କରେ ଏଠୁନେଇ ଗଢିନାହିଁ କିଛି ଗୋଟେ ।।


ଯାହାଥିଲା ଆମ ଜାତୀୟ ଐତିହ ଏବେ ସବୁ ଧ୍ଵଂସ ସ୍ତୁପ

ତଥାପି ଏ ଜାତି ଇତିହାସ ମୋର ମନରେ ଭରଇ ଗର୍ବ ।।


ଗଙ୍ଗାଠାରୁ “ଗୋଦା- ବରୀ; ଏ ଜାତିର ଶାସକ କରିଛି ଜୟ

ଏ ଜାତି ଆଗରେ ଚଣ୍ଡାଶୋକ ଦିନେ ବରିଥିଲା ପରାଜୟ ।।


ଏବେବି ଶାନ୍ତି ର ଜୈତ୍ରୀ ଉଡଇ ଏହିମୋ ଜାତି ଐତିହ

କୋଣାରକ ଦିଏ ଓଡ଼ିଆ ଶିଳ୍ପୀଙ୍କ ଶିଳ୍ପ ର ପରିଚୟ ।।


ଏବେ ବାରବାଟି ଦୁର୍ଗ କହୁଛି ପାଇକ ପୁଅର କଥା

କୁଶପଲା ଏବେ ଜାବୋଡି ଧରିଛି ରାଣୀ ଶୁକଦେଇ ଗାଥା ।।


ଅଶେଷ ଆମର ଐତିହ ଗରିମା କହିଲେ ନହେବ ଶେଷ

ଆସରେ ଆସରେ ବଞ୍ଚାଇ ରଖିବା ଅଛି ଯାହା ଅବଶେଷ ।।


Rate this content
Log in

Similar oriya poem from Inspirational