Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଅଇଲା ବୈଶାଖ ବହିଲା ଝାଞ୍ଜି

ଅଇଲା ବୈଶାଖ ବହିଲା ଝାଞ୍ଜି

1 min
2



ଅଇଲା ବୈଶାଖ ଭାଇ ବହିଲାଣି ଝାଞ୍ଜି

ପହିଲା ବଇଶାଖରେ ହେଲା ନବପାଞ୍ଜି ll

ପାଞ୍ଜିପଢ଼ି ମାଗୁଣୀ ନାହାକେ ଛନ୍ତି କହି

ଏ ସନ ହନୁ ଲାଙ୍ଗୁଳେ ନିଆଁଅଛି ଭାଇ ll 

ଏ କାଳ କରାଳ ଗତି, ନ ହୁଅ ଛାନିଆଁ

ଗ୍ରୀଷମ ଆରମ୍ଭ ମାତ୍ରେ ଜଳୁଛି ଦୁନିଆଁ ll

ଚାରି ଦିଗେ ନିନାଦିତ ଝିଙ୍କାରିର ଝିଁ ଝିଁ

ଭରସା ମାତର ଭାଇ ପଖାଳ ଓ କାଞ୍ଜି ll

ଝିଙ୍କାରିର ଝିଁଇଁ ଶୁଣି ମୂକ ହେଲେ ପିକ

ନଇ ନାଳ ଜଳଶୂନ୍ୟ ଶୁଖି ଠକ ଠକ ll

ପାଦପେ ବସନ୍ତ କାଳେ ପଲ୍ଲବ କଅଁଳି

ପ୍ରଚଣ୍ଡ ନିଦାଘ ତାପେ ଗଲେସବୁ ଜଳି ll

ପଙ୍କ ହୀନ ସରୋବର ପଙ୍କଜଙ୍କୁ କାଳ

ଏକାଳେ ମିଳଇ ସ୍ଵାଦୁ ରସରସା ଫଳ ll

ରସାଳ ଖର୍ଜୁର ଜାମୁ କୋଳି ତାଳସଜ

ସାବିତ୍ରୀ ପୂଜିଲେ ଦଣ୍ଡ ଧର ଯମରାଜ ll

ବିଞ୍ଚଣୀ, ଚନ୍ଦନ ଗ୍ରୀଷ୍ମେ କରିଥିବ ସାଥ

ଚନ୍ଦନକୁ ବିଜେ ପ୍ରଭୁ ନୀଳାଚଳ ନାଥ ll

ଗ୍ରୀଷମର ଅନ୍ତଃ ହେବ ଆସିବ ବରଷା

ନଦୀ ନାଳ ପୂର୍ଣ୍ଣହେବ ରଖିଥା ଭରସା ll

ବିଷମ ଗ୍ରୀଷମ ଅଟେ ବରଷା ଜନନୀ

ଧନ୍ୟ ପ୍ରଭୁ ସୃଷ୍ଟିକର୍ତ୍ତା ବିଚିତ୍ର ବିନ୍ଧାଣୀ ll

ବରଷା ଆଗମେ ଭାଇ ରଜର ମଉଜ

ଭଜ ଭଜ ଭଜ ବିଭୁ ଶ୍ରୀପଦ ପଙ୍କଜ ll

      


Rate this content
Log in

Similar oriya poem from Inspirational