Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୟ ମାଆ କୁଆଁସ ମଙ୍ଗଳା

ଜୟ ମାଆ କୁଆଁସ ମଙ୍ଗଳା

1 min
6


   

ଜୟ ମା' ମଙ୍ଗଳମୟୀ କୁଆଁସ ମଙ୍ଗଳା l

ପୂର୍ବଯାଜପୁରେ ମାତ ବିସ୍ତାରିଛୁ ଲୀଳା ll

କରୁଣାମୟୀ ଜନନୀ ମାଆ ନାରାୟଣୀ l

ପାରୁଶେ ବିରାଜେ ମନସ୍କାମ ପୁଷ୍କରିଣୀ ll

ଏମନ୍ତେ ରହିଛି କଥା ତୋର ଆବିର୍ଭାବ l

ସାଧବ ଦୁଲଣୀ ସଙ୍ଗେ ଭିଆଇଲୁ ଭାବ ll

ଅଗ୍ନାଗ୍ନୀ ବନସ୍ତ ମଧ୍ୟେ ଖେଳି ବୁଲୁ ଥିଲୁ l

ସାଧବ ଜାଣନ୍ତେ ମାତ ପଥର ହୋଇଲୁ ll 

ଗଢ଼ିଦେଲେ ମାତ ଏକ ସୁନ୍ଦର ଦେଉଳ l

ଦେଉଳେ ରହିଲୁ ମାତ ବିତିଯାଏ କାଳ ll

ନାହିଁ ସେହିବନ ପୁଣି ନାହିଁ ସେ ବନାନୀ l

ଉଚ୍ଚ କୁଦ ପରେ ବିଜେ ଜଗତ ଜନନୀ ll

ଅଶ୍ଵଟାପୁ ଶବ୍ଦ ଶୁଭେ ଆଜ ରାତ୍ରକାଳେ l

ଯୋଗ୍ନିଗଣ ଘେନିଯାଉ ବିରଜାମଣ୍ଡଳେ ll

କୁଆଁସ ଗ୍ରାମରେ ବାସ ମା ମଙ୍ଗଳଚଣ୍ଡୀ l

ମାଆଙ୍କ ସ୍ମରଣେ ସର୍ବପାପ ଯାଏ ଖଣ୍ଡି ll

ସୁନ୍ଦର ଆନନୀ ମାତେ ନୟନେ କଜଳ l

ଭକ୍ତି ଭରେ ଅର୍ପିଲି ମା' ମନ୍ଦାରର ମାଳ ll

ବିପଦ ହାରିଣୀ ମାତେ ସଂକଟ ତାରିଣୀ l

ନମସ୍ତୁତେ ନମସ୍ତୁତେ ନମଃ ନାରାୟଣୀ ll

       


Rate this content
Log in

Similar oriya poem from Inspirational