STORYMIRROR

Gobinda Chandra Sethi

Inspirational

4.0  

Gobinda Chandra Sethi

Inspirational

ଲଘୁ କବିତା :-୩

ଲଘୁ କବିତା :-୩

1 min
223

ଶୁଣଲୋ ସଜନୀ କହୁଛି କଥା 

      ଜୀବନେ ମିଳଇ କେତେ ଯେ ବ୍ୟଥା।

ମିଳି ଥାଏ ଆମେ ସମୟ ସ୍ୱଳ୍ପ

          ଜୀବନ ପାଇଁ କି ପନ୍ଥା ବିକଳ୍ପ।

ମିଳେ ନାହିଁ ଆଉ ପୁନଃ ଜୀବନ

           କରିବୁ ସମୟେ ପରିବର୍ତ୍ତନ।

ଦେଖୁ ଥାଆ ତୁହି ଯେତେ ସପନ

         ଜୀବନ ହୋଇବ ଦିନେ ମଳିନ।

ଆସି ଅଛି ଆଜି ଅଧି ବରଷ

      ଘୃଣା କ୍ରୋଧ ଦୁଃଖ କରିଦେ ଶେଷ।

ଦୟା କ୍ଷମା ପ୍ରେମ କର ତୁ ଜାତ

         ସାରା ଜଗତର ହୋଇବ ହିତ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational