Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manasi Sethi

Inspirational

4.3  

Manasi Sethi

Inspirational

~ବିଚିତ୍ର ନାରୀ~

~ବିଚିତ୍ର ନାରୀ~

1 min
27



ସୃଷ୍ଟିର ବୈଚିତ୍ର୍ୟ   

          ନାହିଁ ଅଦ୍ୱିତୀୟ ।

କରେ ଆରଧନା   

          ଶକ୍ତି ତା ସାଧନା ।

ତ୍ରିସନ୍ଧ୍ୟା ତା ଜପ  

         ଦେଖିଛୁ ପ୍ରକୋପ ।

ପ୍ରକୀର୍ଣ୍ଣ କିରଣ     

           କରିଥାଏ ରଣ ।

ତ୍ରିପୁରେ ପ୍ରଖ୍ୟାତି   

           ଦେଖିଛୁ ପ୍ରଗତି ।

କେତେ ତାର ବର୍ଣ୍ଣ  

          ସୃଷ୍ଟିରେ ଅଭିନ୍ନ ।

ରୂପ ତାର ନାରୀ  

          କରିଥାଏ ପାରି ।

ଭିନ୍ନ ଅବତାରେ   

         ସଂସାର ଉଦ୍ଧାରେ ।

ମମତା ବାତ୍ସଲ୍ୟ

          ମାତୃତ୍ୱ ଅମୂଲ୍ୟ ।

ଗୃହରେ ସେ ମଣି

         ସେପାଇଁ ଗୃହିଣୀ ।

ଦୁଇ କୂଳ ହିତା

         ସେ ପାଇଁ ଦୁହିତା ।

ହୋଇଥାଏ ଜାୟା

          ବିସ୍ତାରିଛି କାୟା ।

ଖାଏ ଅତ୍ୟାଚାର 

           ହୁଏ ଅବିଚାର ।

ଧନ୍ୟ ତାର ରଣ

          ନ ଯାଏ ଶରଣ ।

ଧନ୍ୟ ଧନ୍ୟ ତାର 

          ମହିମା ଅପାର ।

ସଂସାରେ ସେ ମାନ୍ୟ

         ହେବନି ନଗଣ୍ୟ ।

କେ ଆଙ୍କେ ତା ଚିତ୍ର

         ନାରୀ ତ ବିଚିତ୍ର ।


Rate this content
Log in

Similar oriya poem from Inspirational