STORYMIRROR

Chinmayee Kanta

Inspirational

3  

Chinmayee Kanta

Inspirational

ଋତୁରାଜ ବସନ୍ତ

ଋତୁରାଜ ବସନ୍ତ

1 min
155

ହୃଦୟ ନାଚିଲା ଆଗଭର ହେଲା

ସଜାଇ ଦେଲା ନିଜେ ନିଜକୁ

ଆସିବାର ଅଛି ଫଗୁଣ ମାସଲୋ

ନେଇ ଋତୁରାଜ ବସନ୍ତକୁ...


କୋଇଲି ଗାଇବ, ବଉଳ ବାସିବ

ସ୍ୱାଗତରେ ଫୁଟିବ ଟଗର

ଫୁଲର ମହକେ ଗାଉଥିବ ସଦା

 ଫୁଲକୁ ଫୁଲ ଯାଇ ଭଅଁର......


ପଳାସ, ଶିମିଳି ଅପେକ୍ଷାରେ ଆଜି

କେବେ ଆସିବ ଆମ ରାଜନ

ଛୁଇଁ ଦେବ ଯେବେ ହୃଦୟକୁ ଆମ

ସୌନ୍ଦର୍ଯ୍ୟରେ ପୂରିବ କାନନ.......


ନାଲି ରଙ୍ଗ ପ୍ରେମୀ ଆମ ଏ ବସନ୍ତ

ସବୁଜରେ କରେ ପୁଣି ଘର

ବାସରେ ଚହଟେ ଧରାପୃଷ୍ଠ ମୋର

ଖେଳି ଉଠେ ଏଠି ପ୍ରତି ଦିଗମ୍ବର......


ହୋଲିରେ ରଙ୍ଗୀତ, ପୂଜାରେ ପୂଜିତ

ପ୍ରତିଟି ସମୟ ଆକର୍ଷିତ

ବସନ୍ତ ଏଇ ଋତୁରାଜ ଆମରି

ଆଜି ସଭିଙ୍କ ମନ ମୋହିତ.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational