ଅପୂର୍ବ ସ୍ଵାକ୍ଷର
ଅପୂର୍ବ ସ୍ଵାକ୍ଷର
ଯୁଗେ ଯୁଗେ ପ୍ରେମ ଅମର ଅଜର
ଅନ୍ତଃସଲିଳା ନିର୍ଝର
ତ୍ୟାଗ ତିତିକ୍ଷାର ଅପୂର୍ବ ସ୍ଵାକ୍ଷର
ଇତିହାସ ଗର୍ଭେ ଭାସ୍ଵର ।
ପ୍ରେମ ହିଁ ଶାସ୍ୱତ ଚିର ପ୍ରସ୍ଫୁଟିତ
ମନ ମଗଜର ବିନ୍ଦୁ
ପ୍ରେମ ହିଁ ସ୍ୱର୍ଗୀୟ ଆତ୍ମାର ବଳୟ
ଆଶା ଆକାଶର ଇନ୍ଦୁ ।
ଯୌବନ ଝୁଲଣା ଲାଗେ ବୀଣାଜିଣା
ପ୍ରେମ ସମୀରଣ ଧାରେ
ଭାବନା ସାମ୍ରାଜ୍ୟେ ଛତ୍ରପତି ରାଜେ
ଉଡ଼ିବୁଲେ ଖୁସି ସୁରେ ।
ମୁଦ୍ରିତ ନୟନେ ସଂଳାପେ ରଙ୍ଗୀନେ
' ବାସ୍ନାୟିତ ସୀମାରେଖା
ମହମହ ବାସେ ପ୍ରେମିକାର ପାସେ
କଳ୍ପନା ତରଙ୍ଗେ ମଖା ।
ଦିନର ବନ୍ଧନ ପ୍ରେମର ଇନ୍ଧନ
. ନବାଙ୍କୁର ଜାଗରଣ
ସର୍ବବ୍ୟାପି ସେହି ସର୍ବଗ୍ରାସୀ ମହି
.. ପ୍ରେମ ପାରିଜାତ ବଣ ।
ପଶ୍ଚିମ ସଭ୍ୟତା ଆଣେ କୃତିମତା
ଦେହ ଦେଉଳରେ ବ୍ୟସ୍ତ
ବାହ୍ୟ ଆକର୍ଷଣ କାମନା ତର୍ପଣ
କାମିନୀ କାଞ୍ଚନ ନ୍ୟସ୍ତ ।
ମାନବ ସନ୍ତାନ ଉଠ ଅର୍ବାଚୀନ
ଗରିମାମୟ ବଂଶଜ
ସ୍ନେହ ବିତରିବା ପ୍ରେମ ପୃଥିବୀରେ
ଏକତା ଡ଼େଣାରେ ଆତ୍ମଜ ।
ଚୁମ୍ବନ ପରିଧି ଓଷ୍ଠ ସୁଧାନିଧି
ପାଗଳ ବାତୁଳ ଯୁବା
ଭାରତୀ ଭାବନା ବିଭୁ ସୁମରଣା
ଜାତୀୟତା ମନ୍ତ୍ରେ ଶୋଭା ।
ମାତୃପିତୃ ଭକ୍ତି ଅନ୍ତରେ କଟୁକ୍ତି
ଦୟା ଦାନ କ୍ଷମା ପ୍ରେମ
ଅଳପ ଦିନିଆ ନାଗଫାସ ଧୂଆଁ
ନର୍କଭୋଗେ ନରାଧମ ।
ମଣିଷ ଜନମ ଦୁର୍ଲଭ କରମ
ପ୍ରେମ ପରିବାର ଖୁଣ୍ଟ
କଳଙ୍କ କାଳିମା ନବୋଳ ନିକମ୍ମା
ମହାପାପି ତାପି ଖଣ୍ଟ ।
