ଦୁଃଖର ଅନ୍ୱେଷଣ
ଦୁଃଖର ଅନ୍ୱେଷଣ
ଦୁଃଖ କଣ ଯଦି ହୃଦୟେ ପଚାର
ଉତ୍କର୍ଷେ ପହଞ୍ଚିଯିବ।
ସୁଖର କାମନା ଦୁଃଖର ଆରମ୍ଭ
ବୁଝିପାରେ ନାହିଁ ଜୀବ।
ଯେତିକି ମିଳଇ ଆହୁରି ଖୋଜଇ
ଳାଳସା ର ଅନ୍ତ ନାହିଁ।
ଖୋଜିବା ପଛରେ ସମୟ ବହିଯାଏ
ସୁଖ ଶାନ୍ତି ପାଏ ନାହିଁ।
ଅଳ୍ପ କ ସୁଖରେ କେ ଖୁସି ହୋଇଯାଏ
କେ ସୁଖର ପାହାଡେ ବସି ।
ଅଶାନ୍ତ ମନରେ ହତାଶା ନିଆଁରେ
ପାରେ ନାହିଁ କେବେ ହସି।
